ଛତ୍ରପତି ଶିବାଜୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଗୋକର୍ଣ୍ଣେଶ୍ୱର ମନ୍ଦିର ପରିସରରେ ସାପ୍ତାହିକ ସଫେଇ କାର୍ଯ୍ୟକ୍ରମ ।

ଉଲୁଣ୍ଡା,୨୦/୦୨(ପିପିଟି): ଛତ୍ରପତି ଶିବାଜୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଆଜି ସୁବର୍ଣ୍ଣପୁର ସ୍ଥିତ ଶ୍ରୀ ଗୋକନେଶ୍ୱର ଶୈବ ପୀଠ ପରିସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ହିନ୍ଦୁ ସାମ୍ରାଜ୍ୟ ସ୍ଥାପନ କରିଥିବା ମହାନୁଭବ ଶ୍ରୀ ଛାତ୍ରପତି ଶିବାଜୀ ଙ୍କୁ ସ୍ମରଣ କରି ସହର ରେ ଗତ କାଲି ରାମେଶ୍ୱର ମନ୍ଦିର ଠାରୁ ଏଇ ସାପ୍ତାହିକ ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଆଜି ଏଇ ଅଭିଯାନ ସ୍ୱଚ୍ଛ ଭାରତ ସଂଗଠନର ସଭାପତି ଲଷ୍ମୀ ନାରାୟଣ ମେହେରଙ୍କ ପରାମର୍ଶ ଏବଂ ସୟଦ ଅଲିମୁଲ ଇସଲାମଙ୍କ ତତ୍ୱାବଧାନ ରେ ବରିଷ୍ଠ ସଭ୍ୟ ରାମଚନ୍ଦ୍ର ଆଗ୍ରୱାଲା, ପ୍ରଦୀପ ପୁରୋହିତ, ପ୍ରହଲ୍ଲାଦ ମିଶ୍ର, ପ୍ରମୋଦ କୁମାର ସାହୁ,ଲଡ଼ୁ କିଶୋର ମଲ୍ଲିକ, ତରଣୀ ମେହେର, ସିମାଞ୍ଚଳ ହୋତା, ଦିଲ୍ଲୀପ ଭୁକ୍ତା, ଗୋକୁଳ ଠାକୁର, ତ୍ରିଲୋଚନ ତରିଆଙ୍କ ସମେତ ସକ୍ରିୟ ସଭ୍ୟ ପ୍ରତାପ ଦାଶ, ଅମର ଭୁତ,ଜୟନ୍ତ ବେହେରା, ଜୟନାରାୟଣ ସାହୁ, ଓ ୟୋଗେସ ଆଗ୍ରୱାଲା ପ୍ରମୁଖ ଯୋଗ ଦେଇ ଥିଲେ । ଏଇ କାର୍ଯ୍ୟକ୍ରମକୁ ମନୋରଞ୍ଜନ ତ୍ରିପାଠୀ ସଂଯୋଜନା କରିଥିବା ବେଳେ ଏଇ ଶୈବ ପୀଠ ଠାରେ ନୂତନ ଭାବେ ସ୍ଥାପନ ହୋଇଥିବା ସୁବର୍ଣ୍ଣପୁରର ସର୍ବ ପୁରାତନ ଅନୁଷ୍ଠାନ ଶ୍ରୀ ଗୋପାଳଜୀ ଯୋଗାଳୟର କର୍ମକର୍ତ୍ତା ସ୍ୱଚ୍ଛ ଭାରତ ସଂଘ ସ୍ବେଛାସେବୀଙ୍କୁ ସ୍ୱାଗତ କରି ଯୋଗ ପ୍ରଶିକ୍ଷଣ ଦେଇଥିଲେ । ଏହି ମହତ କାର୍ଯ୍ୟ ଓ ସଚେତନତା କାର୍ଯ୍ୟକ୍ରମକୁ ଜାରି ରଖିବାକୁ ଓ ବ୍ୟାପକ କରିବାକୁ ପରାମର୍ଶ କରି ଯୋଗାଳୟର ସମ୍ପାଦକ ଶ୍ରୀ ଆର୍ତତ୍ରାଣ ବାବୁ ଅନୁଷ୍ଠାନର ଏହି କାର୍ଯ୍ୟକ୍ରମ ସବୁ କୁ ଭୁୟସୀ ପ୍ରଶଂସା କରିଥିଲେ ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Comments (0)
Add Comment