ଛଣମେରୀ ନୂତନ ପ୍ରକଳ୍ପ ନିର୍ମାଣ ମନ୍ଥର ଗତିରେ ଚାଲିଛି;କାର୍ଯ୍ୟର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠୁଛି।

ସାନଖେମୁଣ୍ଡି, ୦୬/୦୧(ପିପିଟି); ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଛଣମେରି ଗ୍ରାମରେ ପାନୀୟ ଜଳ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି ।ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରି ବସୁଧା ଯୋଜନାରେ ଲୋକ ମାନଙ୍କୁ ପାନୀୟ ଜଳ ଯୋଗାଇଥାନ୍ତି । ପିପିଟି ନ୍ଯୁଜ୍ କୁ ହସ୍ତଗତ ହୋଇଥିବା ସୂଚନା ତଥ୍ୟରୁ ଜଣାପଡିଛି ଯେ ଛଣମେରୀ ଠାରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ପାଇଁ ୨୦୧୯-୨୦ ଆର୍ଥିକ ବର୍ଷରେ ଟେଣ୍ଡର ହୋଇ କାର୍ଯ୍ୟ ଚାଲିଛି। ଏହି ପ୍ରକଳ୍ପ ପାଇଁ ଏଷ୍ଟିମେଟ ୨ କୋଟି ୬୩ ଲକ୍ଷ ୩୨ହଜାର ଟଙ୍କାର ହୋଇଥିଲା ।ଏହି ଠିକା ହାତେଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ମୂଳ ମୂଲ୍ୟ ଠାରୁ ଅର୍ଥ କାଟିଛନ୍ତି। ଏଗ୍ରୀମେଣ୍ଟ ଅନୁଯାୟୀ ମୂଲ୍ୟ ୨ କୋଟି ୨୫ଲକ୍ଷ ୨୧ ହଜାର ୧୦୦ ଟଙ୍କା। କାର୍ଯ୍ୟ ଆରମ୍ଭ ହୋଇଛି ତା- ୨୯/୦୫/୨୦୧୯ ରୁ ୨୮୦ ଦିନ ମଧ୍ୟରେ କାର୍ଯ୍ୟ ଶେଷ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ପ୍ରକଳ୍ପ ନିର୍ମାଣ ଶେଷ କରିବା ପରେ ୫ବର୍ଷ ରକ୍ଷଣାବେକ୍ଷଣ ଦାୟିତ୍ୱ ମଧ୍ୟ ଠିକାଦାରଙ୍କ ବୋଲି ଏଗ୍ରୀମେଣ୍ଟରୁ ଜଣାପଡିଛି। ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ମନ୍ଥର ହେବା କାରଣ ପ୍ରାୟ ୩୮ ଲକ୍ଷ ଟଙ୍କା ମୂଳ ମୂଲ୍ୟ ଠାରୁ ଅର୍ଥ କାଟି ଟେଣ୍ଡର ହାତେଇବା। ଯଦ୍ୱାରା କାର୍ଯ୍ୟ ଗୁଣବତ୍ତା ଉପରେ ସନ୍ଦେହ ସୃଷ୍ଟି ହେବା ସ୍ବଭାବିକ। ଏହି କାର୍ଯ୍ଯରେ ନେତା ଓ ଯନ୍ତ୍ରୀଙ୍କ ପିସି ପୁଣି ଠିକାଦାରଙ୍କ ଲାଭକୁ ଦେଖିଲେ କାର୍ଯ୍ୟ ସ୍ଥାୟିତ୍ବକୁ ଉପରେ ପ୍ରଶ୍ନ ଉଠିବ ନିଶ୍ଚିତ। ତେଣୁ ଛଣମେରୀ ଗ୍ରାମବାସୀ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଉପରେ ନଜର ରଖିବା ଆବଶ୍ୟକ। ପ୍ରକଳ୍ପ ନିର୍ମାଣ ସଂପର୍କରେ ଅଧିକ ଜାଣିବାକୁ ଚାହୁଁଥିଲେ ଗ୍ରାମବାସୀ ପିପିଟି କାର୍ଯ୍ୟାଳୟରୁ ଜେରକ୍ସ କରି ତଥ୍ୟ ନେଇ ପାରିବେ।

(ରିପୋର୍ଟ- ଆରତ କୁମାର ହୋତା। )

Comments (0)
Add Comment