ଚୋରୀ ଟ୍ରେଲର ଉଦ୍ଧାର;ଜଣେ ଗିରଫ, ୫ ଫେରାର ।

ବ୍ରହ୍ମପୁର,୧୦/୦୯(ପିପିଟି): ବଡ଼ ବଜାର ଥାନା ଅନ୍ତର୍ଗତ ଅଟେନଗର ଅଂଚଳର ଏକ ୧୪ ଚକିଆ ଟ୍ରେଲର ଅଗଷ୍ଟ ୧୯ ତାରିଖରେ ଚୋରି ହୋଇଥିବା ନେଇ ଲକ୍ଷ୍ମୀନୃସିଂହ ସାହିର ଦାଶରଥୀ ପଣ୍ଡା ବଡ଼ ବଜାର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପ୍ରକାରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ପୁଲିସ ଛତ୍ରପୁର ଅଂଚଳରୁ ଟ୍ରେଲର ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଗାନ୍ଧୀନଗର ଅଂଚଳର ବିବେକ ପାଣିଗ୍ରାହୀ । ଏହି ମାମଲାରେ ଅନ୍ୟ ୫ ଜଣଙ୍କ ସମ୍ପୃକ୍ତ ଥିବା ପୁଲିସ ଜାଣିବାକୁ ପାଇଛି । ସେହି ୫ଜଣକୁ ଖୋଜି ବାହାର କରିବା ପାଇଁ ପୁଲିସ ତାର ପ୍ରୟାସ ଜାରି ରଖିଥିବା ଥାନା ଅଧିକାରୀ ପ୍ରଶାନ୍ତ ଭୂପତି କହିଛନ୍ତି ।
(ରିପୋର୍ଟ- ଆରତ କୁମାର ହୋତା। )

Comments (0)
Add Comment