ଚୋରି ଘଟଣାରେ ଦୁଇ ଜଣ ଗିରଫ।

ଭଞ୍ଜନଗର,୨୧/୧୦(ପିପିଟି);ଭଞ୍ଜନଗର ଥାନା ଅଧିନ ବିଞ୍ଜଗିରି ଗ୍ରାମରେ ହୋଇଥିବା ଚୋରୀ ଅଭିଯୋଗରେ ଆଜି ପୁଲିସ୍‌ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବିଞ୍ଜଗିରି ଗ୍ରାମ‌ର ମଙ୍ଗୁଳୁ ନାମକ ଜଣେ ଯୁବକଙ୍କ ଘରୁ ମୋବାଇଲ ଓ ୨ ହଜାର ଟଙ୍କା ଚୋରୀ ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା ଏହାପରେ ପୁଲିସ୍‌ ତଦନ୍ତ କରି ସାନକୋଦଣ୍ଡା ଗ୍ରାମର ଚନ୍ଦନ ସ୍ବାଇଁ ଏବଂ ଶଙ୍ଖସାହିର ଅଶ୍ବିନୀ ନାଇକକୁ ଟଙ୍କା‌ ଓ ମୋବାଇଲ ଚୋରୀ ଅଭିଯୋଗରେ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୁଦିପ୍ତ କୁମାର ସାହୁ ପ୍ରକାଶ କରିଛନ୍ତି। ଏନେଇ କେସ୍‌ ନଂ ୫୪୬ରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment