ଚୋରି ଅଭିଯୋଗରେ ଜଣେ ଗିରଫ ।

ଭଞ୍ଜନଗର, ୦୮/୧୨(ପିପିଟି ):ଗତ ସେପ୍ଟେମ୍ବର ୧୧ତାରିଖ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ସମୟରେ ଗଞ୍ଜାମ ଜିଲ୍ଲା ତାରସିଙ୍ଗି ଥାନା ଅନ୍ତର୍ଗତ ନାରାୟଣପାଟଣା ଗ୍ରାମର ଜଟେଶ୍ୱର ପରିଚ୍ଛା (୨୭)ଦେଇଥିବା ରିପୋର୍ଟ ଅନୁସାରେ ସେହିଦିନ ସକାଳ ସମୟରେ ସେ ଦୋକାନ ଖୋଲିବା ସମୟରେ ୨ଟି ତାଲା ଭଙ୍ଗାଯାଇ ଦୋକାନ ଭିତରେ ଥିବା ୨୦ହଜାର ଟଙ୍କା ଚୋରି ହୋଇଥିବା ଦେଖିବା ପରେ ତଦନ୍ତ ପାଇଁ ଥାନାରେ ଅଭିଯୋଗ କରିଥିଲେ।ତାରସିଙ୍ଗି ଥାନା କେସ୍ ନଂ ୩୪୨/୨୫ ଅନୁଯାୟୀ ଏକ ମାମଲା ରୁଜୁ କରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।ଶେଷରେ ଏହି ଘଟଣାରେ ସମ୍ପୃକ୍ତ ଗୋପୀନାଥ ପୁରର ଭିକାରୀ ଚରଣ ମହାପାତ୍ର (୫୨)କୁ ଗିରଫ କରିଥିଲା।ତା ଠାରୁ ଏହି ଘଟଣାରେ ବ୍ୟବହୃତ ଗୋଟିଏ ଲୁହା କଟର,ଗୋଟିଏ ଲୁହା ସ୍କୃ ଡ୍ରାଇଭର,ଗୋଟିଏ ଲୁହା ହମାର ଓ ନଗଦ ୨୪୭୦ଟଙ୍କା ଜବତ କରାଯାଇଛି।ଅଭିଯୁକ୍ତ ଭିକାରୀ କୁ ଆଜି ଭଞ୍ଜାନଗର କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ଶୁଭଲଷ୍ମୀ ପୂଜାରୀ କହିଛନ୍ତି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Comments (0)
Add Comment