ସାନଖେମୁଣ୍ଡି,୨୦/୦୭(ପିପିଟି):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଚୁଡ଼ଙ୍ଗପୁର ପଞ୍ଚାୟତର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଆଜି ଓଡିଶା ସରକାରଙ୍କ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଆନୁକୂଲ୍ୟରେ ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ଏକ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଶହଶହ ଭିନ୍ନକ୍ଷମ ଯୋଗଦେଇଥିଲେ । ରାଜ୍ୟ ସରକାରଙ୍କଦ୍ୱାରା ଥିବା ସୁବିଧା ଯଥା ରାସନକାର୍ଡ, ଜି ଆର ଆଇ ଲୋନ, ଭର୍ତ୍ତା ଆଦି ସୁବିଧାମାନ ସମସ୍ତ ଭିନ୍ନକ୍ଷମ କିପରି ଗୋଟାଏ ଜାଗାରେ ପାଇପାରିବେ ସେଥିପ୍ରତି ଓଡିଶା ସରକାରଙ୍କ ପ୍ରଚେଷ୍ଟା ଜାରିରଖିଛନ୍ତି । ସୂଚନାନୁସାରେ ୭୨୨ ଜଣ ଭିନ୍ନକ୍ଷମ ଆଜିର କାର୍ଯ୍ୟକ୍ରମରେ ନାମ ପଞ୍ଜିକରଣ କରିଥିବା ଦେଖିବାକୁ ମିଳିଛି । ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକଙ୍କ ଦ୍ୱାରା ଆୟୋଜିତ ଭିନ୍ନକ୍ଷମ ଶିବିରରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ କଲ୍ୟାଣୀ ଦାସ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ଅନ୍ୟ ଅତିଥି ଗହଣରେ ଥିଲେ ୫୯, ୬୦,୬୧,୬୨ ନମ୍ବର ଜୋନର ଜିଲ୍ଲାପରିଷଦ ତଥା ବିଜୟ କୁମାର ପ୍ରଧାନ,ମାମିନି ପାତ୍ର, ସୁଲତା ରାଣୀ ସ୍ୱାଇଁ, ଅମିନ ପ୍ରଧାନଙ୍କ ସମେତ ପ୍ରତେକ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ସଭ୍ୟା, ବ୍ଲକର ସମସ୍ତ କର୍ମଚାରୀ ଯୋଗଦେଇ ପ୍ରତେକ ଭିନ୍ନକ୍ଷମ ମାନଙ୍କୁ ସହଯୋଗ କରିଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )