ବୋଲଗଡ଼,୧୬/୦୯(ପିପିଟି): ଧନୀ ହେଉ ମଧ୍ୟବିତ୍ତ ଅବା ଗରୀବ ଦୈନଦିନ ପିଆଜର ରୋଷେଇ ପାଇଁ ଆବଶ୍ୟକ ରହିଛି ସାଧାରଣ ଖଟିଖିଆ ଗରିବ ପରିବାରରେ ତରକାରୀ ଖର୍ଚ୍ଚ ମେଣ୍ଟାଇବାକୁ ଅର୍ଥାଭାବ ସମୟରେ ପିଆଜ ଓ ଲୁଣରେ କାମ ଚଳିଯାଏ। କିନ୍ତୁ ଗ୍ରାମାଞ୍ଚଳର ଦୋକାନ ଠାରୁ ଆରମ୍ଭ କରି ବଜାର ପର୍ଯ୍ୟନ୍ତ ପିଆଜ ଦର ବୃଦ୍ଧି ପାଇବା ରେ ଲାଗିଛି। ଯେଉଁ ଠାରେ କିଲୋହିସାବରେ ଆସୁଥିଲା ଅଧକିଲେ କିମ୍ବା ଅଢେଇଶ ଗ୍ରାମ ଆଣୁ ଥିବାର ପରିଲକ୍ଷିତ ହେଉଛି। ଓଡ଼ିଶା ରେ ପିଆଜ ର ଉତ୍ପାଦନ ନଥିବାରୁ ବାହାର ରାଜ୍ୟ ଉପରେ ନିର୍ଭର କରିଥାଏ। କିନ୍ତୁ ବର୍ତ୍ତମାନ ସ୍ଥିତିରେ ବାହାରରାଜ୍ୟରୁ ପିଆଜ ଆସୁ ନଥିବାରୁ ଏହାର ପ୍ରଭାବ ଓଡିଶା ବଜାର ଉପରେ ପଡୁଥିବା ର କୁହାଯାଇଛି। ସେ ଯାହା ହେଉନା କାହିଁକି ଆମ ରାଜ୍ୟରେ ପିଆଜର ଚାହିଦା ତୁଳନାରେ ଉତ୍ପାଦନ ହ୍ରାସ ପାଇବାରେ ଲାଗିଛି। ଏପରିକି ଅଧୁନା ପୂର୍ବପରି ନିଜ ବାଡ଼ି ବଗିଚା ଓ ଜମିରେ ପିଆଜ ଉତ୍ପାଦନ ନିମିତ୍ତ ଚାଷୀମାନଙ୍କର ଆଗ୍ରହ ଦେଖିବାକୁ ମିଳୁନାହିଁ ।ନିଜ ବାସଗୃହ ନିକଟରେ ପିଆଜ ଉତ୍ପାଦନ କରୁଥିବା ମହିଳାମାନଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି ।ଫଳରେପିଆଜର ଆଶାତୀତ ଦର ବୃଦ୍ଧି ଘଟିଛି । ବର୍ତ୍ତମାନ ପରିସ୍ଥିତିରେ ସରକାର ଖଟିଖିଆ ଓ ଗରିବ ଲୋକମାନଙ୍କ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ପିଆଜର ଦର ହ୍ରାସ ପାଇଁ ପଦକ୍ଷେପ ଗ୍ରହଣ କରିବା ସହ ଉତ୍ପାଦନ ବୃଦ୍ଧି ନିମିତ୍ତ ପ୍ରୋତ୍ସାହନ ଯୋଗାଇବା ଆବଶ୍ୟକ ହୋଇପଡିଛି ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)