ଚିନ୍ତା ବଢ଼ାଉଛି ଅପମିଶ୍ରିତ ଖାଦ୍ୟ ସାମଗ୍ରୀ।

ବୋଲଗଡ,୨୭/୦୮(ପିପିଟି): ଆମ ଶରୀର ସୁସ୍ଥ ଓ ନିରୋଗ ରହିବା ପାଇଁ ସୁଷମ ଖାଦ୍ୟର ଆବଶ୍ୟକତା ରହିଛି କିନ୍ତୁ ବଜାରରେ ବିଭିନ୍ନ ଖାଦ୍ୟ ସାମଗ୍ରୀର ଅପମିଶ୍ରଣ ଫଳରେ ଶରୀର ପକ୍ଷେ ଖାଦ୍ୟ ସାମଗ୍ରୀର ମାନ କମିବା ଯୋଗୁଁ ବିଭିନ୍ନ ପ୍ରକାର ର ରୋଗ ଯଥା – ମଧୁମେହ( ଡାଇବେଟିସ ),ଉଚ୍ଚ ରକ୍ତଚାପ ଭଳି ଗୁରୁତର ରୋଗ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। କିଛି ଦିନ ତଳେ ବୋଲଗଡ ବ୍ଲକ ଅଞ୍ଚଳରେ ପଞ୍ଚାୟତରୁ ମିଳୁ ଥିବା ଚାଉଳରୁ ମିଶ୍ରଣ ପ୍ଲାଷ୍ଟିକ ଚାଉଳ ବାହାରିବା ନେଇ ଗୁଜବ ସୃଷ୍ଟି ହେବା ସହ ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ରହିଥିଲା । ଫଳରେ ଏହି ପ୍ଲାଷ୍ଟିକ ଚାଉଳ ମିଶ୍ରଣ ନେଇ ଲୋକ ମାନେ ବିଭିନ୍ନ ପ୍ରଶ୍ନ କରିବା ସହିତ ଅନ୍ୟ ସାମଗ୍ରୀର ଉଚିତ୍ ମାନର ଆଶଙ୍କା ଦେଖା ଦେଇଛି । ବୋଲଗଡ଼ ବ୍ଲକ ଅଞ୍ଚଳରେ ଖୋଲା ବଜାରରେ ନିତ୍ୟ ବ୍ୟବହାର ଭଳି ସାମଗ୍ରୀ ଯଥା – ଚାଉଳ ,ଡାଲି, ମଇଦା , ଅଟା ,ତେଲ ବେସନ ଆଦି ସାମଗ୍ରୀରେ ଅପମିଶ୍ରଣ ଘଟିବା ଫଳରେ ଖାଦ୍ୟ ଉପଯୁକ୍ତ ସ୍ଵାଦ ହିନ ହେବା ସହିତ ଖାଦ୍ୟ ସାମଗ୍ରୀର ମାନ ନେଇ ଲୋକ ମାନେ ମତ ପ୍ରକାଶ କରିଅଛନ୍ତି।ଏହି ଖାଦ୍ୟ ସାମଗ୍ରୀ ରେ ଅପମିଶ୍ରଣ କରୁଥିବା ଲୋକ ମାନେ ବ୍ୟାପକ ଅର୍ଥ ରାଶି ଲାଭ ଉଠାଇବାରେ ସଫଳ ହୋଇଅଛନ୍ତି । ଏଥି ପ୍ରତି ଖୋର୍ଦ୍ଧା ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀ ସ୍ଵତନ୍ତ୍ର କମିଟି ମାଧ୍ୟମରେ ଖାଦ୍ୟ ସାମଗ୍ରୀ ର ଯାଞ୍ଚ କରି ଅପମିଶ୍ରଣ ପ୍ରସ୍ତୁତ କର୍ତା ଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୋଲଗଡ ବ୍ଲକ ଅଞ୍ଚଳର ଜନ ସାଧରଣ ମାନେ ଅନୁରୋଧ କରିଅଛନ୍ତି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment