ଚିନାବାଦାମ ଓ ମୁଗ ବିକ୍ରୟ ଲାଗି ମଣ୍ଡି ଉଦ୍‌ଘାଟିତ ।

ମାଲକାନଗିରି,୨୧/୦୫(ପିପିଟି): ଆଜି ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାର ଚାଷୀ ମାନେ ରବି ଚାଷ କରି ଅମଳ କରିଥିବା ଚିନାବାଦାମ ଓ ମୁଗ ବିକ୍ରି ପାଇଁ ମଣ୍ଡିର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ବିଶାଳ ସିଂ । ସଦର ବ୍ଲକ ଏମ.ଭି- ୧୧ ନିୟନ୍ତ୍ରିତ ବଜାର କମିଟି ତରଫରୁ ଶସ୍ୟ ସଂଗ୍ରହ କେନ୍ଦ୍ରରେ ଏହି ମଣ୍ଡିର ଶୁଭାରମ୍ଭ ହୋଇ ଯାଇଛିା ଜିଲ୍ଲାପାଳଙ୍କ ସହ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରାମକୃଷ୍ଣ ହୟଗ୍ରୀବ, ମାର୍କଫେଡ୍ ମେନେଜର ପ୍ରଦୀପ କୁମାର ଭଟମିଶ୍ର, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଗୁରୁ ନାୟକ, ମାଲକାନଗିରି ଲ୍ଯାମ୍ପ ପରିଚାଳନା ନିର୍ଦ୍ଦେଶକ ଅଭିମନ୍ୟୁ ନାୟକ, ମାର୍କଫେଡ ଅ‌ଧିକାରୀ ହରିଶ ଦାସ ଏବଂ ଚାଷୀମାନଙ୍କ ଉପସ୍ଥିତିରେ ଏହି ମଣ୍ଡି ଉଦ୍‌ଘାଟିତ ହୋଇଥିଲ। ତେବେ ଚଳିତ ବର୍ଷ ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ଅନୁଯାୟୀ ମୁଗ କ୍ଵିଣ୍ଟାଲ ପିଛା ୭୨୭୫ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ଚିନାବାଦାମ କ୍ଵିଣ୍ଟାଲ ପିଛା ୫୫୫୦ ଟଙ୍କା ଧାର୍ଯ୍ୟ କରା ଯାଇଛିା ପ୍ରତି ମଣ୍ଡିରେ ଜଣେ ଚାଷୀ ଦିନକୁ ୨୫ କ୍ଵିଣ୍ଟାଲ ବାଦାମ ବିକ୍ରି କରିପାରିବୋ ଜିଲ୍ଲାରେ ମୋଟ ୨୭ ଟି ମଣ୍ଡି ଖୋଲା ଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରା ଯାଇଥିଲା ବେଳେ ଏହି ମଣ୍ଡି ଗୁଡିକ ମାଲକାନଗିରି, ପଡିଆ, ପୋଟ୍ରେଲ, ଗୁମୁକା, ବେଜାଙ୍ଗିବାଡା, ଖଇରପୁଟ, କାଲିମେଳା, କୋରୁକୋଣ୍ଡା, ଲୁଗେଲ, ସାଲିମାରିକୋଣ୍ଡା, ପଦ୍ମଗିରି, ପୁସୁଗୁଡା, କାମବାଡା, ମାରିବାଡା, ସୋମନାଥପୁର, ଗମ୍ପାକୋଣ୍ଡା, ଏମ୍‌.ପି.ଭି.- ୮୧, ଏମ୍‌.ଭି- ୧୧, ମୁଦୁଲିଗୁଡା, ଚିତାପାରି-୩, ଏମ୍‌.ଭି- ୭୨, ଏମ୍‌.ଭି-୭୯, ପୁରୁଣା ଚିମଟାପାଲ୍ଲୀ, କୁଡୁମୁଲୁଗୁମ୍ମା, ଉଣ୍ଡ୍ରୁକୋଣ୍ଡା, ତେଲରାଇ ଏପରି ୨୭ଟି ସ୍ଥାନରେ ମଣ୍ଡି ଖୋଲା ଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment