ଚିତ୍ତ ଜ୍ଞାନୀ ଚାରି ଟେବୁଲ ଟ୍ରଷ୍ଟ ପକ୍ଷରୁ ମେଗା ମାଗଣା ସ୍ୱାସ୍ଥ୍ୟ ଶିବିର।

ରେଢ଼ାଖୋଲ,୧୩/୦୯:ସମ୍ବଲପୁର ଜିଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ରେଙ୍ଗାଳି ବଡ଼ମାଳ ଜୟ ଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଶନିବାର ଚିତ୍ତ ଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ୫୪ ତମ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି।ଟ୍ରଷ୍ଟ ର ପରିଚାଳନା ଟ୍ରଷ୍ଟି ପ୍ରଫେସର ଡ଼. ଦତ୍ତ୍ୱେଶ୍ୱର ହୋତା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଶିବିର କୁ ଲୋକ ସେବକ ମଣ୍ଡଳର ସଦସ୍ୟ ତଥା ଦୈନିକ ସମାଜ ଖବର କାଗଜର ମୁଦ୍ରକର ଓ ପ୍ରକାଶକ ରାଜେନ୍ଦ୍ର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟ୍ରଷ୍ଟର ଅଧ୍ୟକ୍ଷ ଗଧନେଶ୍ୱର ହୋତା, ସଚିବ ରାଜେଶ୍ଵରୀ ହୋତା, ସିଡିଏମ ସମ୍ବଲପୁର ଡ଼. ପ୍ରଦୀପ କୁମାର ହୋତା, ରେଢ଼ାଖୋଲ ଡ଼ିଏଫ ଓ ଡ଼. ଏଲଭରସନ କେ, ଆଇ ଏ ଏସ ମିସ ଶୁଭ୍ରା ପଣ୍ଡା ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରି ଥିଲେ। ଶିବିର ତେ ଭୁବନେଶ୍ୱର, କଟକ, ସମ୍ବଲପୁର,ବୁର୍ଲା ଏବଂ ବଲାଙ୍ଗୀର ରୁ ବିଭିନ୍ନ ବିଭାଗର ବିଶେଷଜ୍ଞ ଏବଂ ସୁପର ସ୍ପେଶାଲିଷ୍ଟ ଯୋଗ ଦେଇ ଚିକିତ୍ସା କରି ଥିଲେ। ରୋଗୀ ମାନଙ୍କ ପାଇଁ ବିଭିନ୍ନ ରକ୍ତ ପରୀକ୍ଷା, ୟୁରୋଫ୍ଲମେଟାରୀ, ପୁଲମୋନରୀ ଫଙ୍କ ସନ ପରୀକ୍ଷା, ଇସିଜିଆଦି ପରୀକ୍ଷା କରାଯାଇଥିଲା। ମେଗା ସ୍ୱାସ୍ଥ୍ୟ ଶିବିରରେ ଦିନ ୨ଟା ପର୍ଯ୍ୟନ୍ତ ୮ଶହ ରୁ ଉର୍ଦ୍ଧ୍ବ ରୋଗୀ ଚିକିତ୍ସା ପାଇଁ ପଞ୍ଜିକୃତ କରିଥିବା ବେଳେ ଆଉ ବହୁ ସଂଖ୍ୟାରେ ରୋଗୀ ମାନେ ଧାଡି ରେ ଥିବା ଦେଖିବାକୁ ମିଳି ଥିଲା। ଶିବିରରେ ମାଗଣା ରେ ଚଷମା,ଲମ୍ବର ବେଲ୍ଟ,ସାରଭାଇକାଲ କୋଲାର ଏବଂ ଆଣ୍ଠୁ କ୍ୟାପ ସହିତ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ଶିବିରରେ ଫିଜିଓ ଥେରାପି ତାଲିମ ମଧ୍ୟ୍ୟ ଦିଆଯାଇଥିଲା। ଦନ୍ତ ସର୍ଜନଙ୍କ ଦ୍ୱାରା ଦନ୍ତ ରୋଗରେ ପୀଡିତ ରୋଗୀଙ୍କ ଦନ୍ତ ଟଣା ଯାଇଥିଲା । ଶିବିରକୁ ୬୦ଜଣ ପାରାମେଡିକାଲ ଏବଂ ସହାୟକ କର୍ମଚାରୀଙ୍କ ଏକ ଦଳ ସୁଗମ ପରିଚାଳନା ଦିଗରେ ସାହାଯ୍ୟ କରି ଥିଲେ। ଟ୍ରଷ୍ଟ ଜିଲ୍ଲା ପ୍ରଶାସନ,ଜୟ ଜଗନ୍ନାଥ ଉଚ୍ଚ ମଧ୍ୟ୍ୟ ମିକ ବିଦ୍ୟାଳୟ, ରେଙ୍ଗାଲି ବଡ଼ମାଳ,ପ୍ରଧାନ ଶିକ୍ଷକ, କର୍ମଚାରୀ ଏବଂ ସ୍ବେଛାସେବକ ମାନଙ୍କୁ ସେମାନଙ୍କ ସମର୍ଥନ ପାଇଁ ଗଭୀର କୃତଜ୍ଞତା ଜଣାଇଛି । ସ୍ୱାସ୍ଥ୍ୟ ସଚେତନତା,ବିଭିନ୍ନ ରୋଗ ଚିହ୍ନଟ, ମାଗଣା ଔଷଧ,ଚଷମା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସହାୟକ ଯୋଗାଇବା ପାଇଁ ସମ୍ବଲପୁର ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଏହି ଶିବିର ଆୟୋଜନ କଟାଯାଇଥିଲା । ଯାହାକି ଅପହଞ୍ଚ ଲୋକଙ୍କ ପାଖରେ ପହଞ୍ଚିବା ଅବହେଳିତ ଲୋକଙ୍କର ସେବା କରିବା ହେଉଛି ଚିତ୍ତ ଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ର ମୂଳ ମନ୍ତ୍ର ବୋଲି ପରିଚାଳନା ଟ୍ରଷ୍ଟି ଡ଼. ହୋତା କହି ଛନ୍ତି। ଶିବିରରେ ଦନ୍ତ ଚିକିତ୍ସକ ଡ଼. ଗୌରଭ ଶର୍ମା, ଡ଼. କାମଳିତ ଭର୍ମା, ଇ ଏନ ଟି ବିଭାଗର ଡ଼. ସୁଜିତ ବ୍ରହ୍ମା, ଚକ୍ଷୁ ବିଭାଗର ଡ଼. ସିଦ୍ଧାନ୍ତ ଦାସ, ଆଖି ବିଭାଗ ର ଡ଼. ସିଦ୍ଧାର୍ଥ ଦାସ, ହୋମିଓ ପାଥି ଡ଼. ଏଲ. କେ ନନ୍ଦ, ମେଡ଼ିସିନ ବିଭାଗର ପ୍ରଫେସର ପୂର୍ଣ୍ଣ ଚନ୍ଦ୍ର ଦାସ, ଜେ କିଶୋର,ନେଫରୋଲୋଜିର ଡ଼. ଦେବାଶିଷ ମହାଲି, ନ୍ୟୁରୋ ର ପ୍ରଫେସର ଅନୁପ କୁମାର ମହାପାତ୍ର, ସ୍ତ୍ରୀ ରୋଗ ଡ଼. ଅଜସ୍ୱନୀ ପଟେଲ,ଅସ୍ଥି ଶଲ୍ୟ ଡ଼. ସିଦ୍ଧାର୍ଥ ମହାନ୍ତି,ଶିଶୁ ରୋଗ ଡ଼.ଭୋଜ ରାଜ ସାହୁ,ଡ଼. ଲିଙ୍ଗରାଜ ପ୍ରଧାନ, ଡ଼ ଆରକ୍ଷିତ ସ୍ୱାଇଁ, ପାଥୋଲୋଜିର ଡ଼. ସୁଜାତା ପୂଜାରୀ, ଚର୍ମ ରୋଗ ଡ଼. ପ୍ରସେନଜିତ ମହାନ୍ତି, ସର୍ଜରୀ ବିଭାଗର ଡ଼.ବନବିହାରୀ ମିଶ୍ର, ଡ଼. ବିଭୁତି ନାଏକ, ଡ଼. ବିଶ୍ୱନାଥ ମିଶ୍ର, ୟୁ ରୋଲୋଜିର ଡ଼.ଦତ୍ତେଶ୍ୱର ହୋତା,ଜୀବନ ଜ୍ୟୋତି ମିଶ୍ରପ୍ରମୁଖ ଶିବିର ରେ ଉପସ୍ଥିତ ରହି ରୋଗୀ ମାନଙ୍କୁ ଚିକିତ୍ସା ଯୋଗାଇ ଥିଲେ।

Comments (0)
Add Comment