ସୁବର୍ଣ୍ଣପୁର, ୨୮/୦୩(ପିପିଟି):ଚିତ୍ତ ଜ୍ଞାନୀ ଚେରି ଟେବୁଲ୍ ଟ୍ରଷ୍ଟ ପଶ୍ଚିମ ଓଡିଶା ଶାଖା ମା’ ଘର ପକ୍ଷରୁ ମାର୍ଚ୍ଚ ୨୯ ତାରିଖ ରବିବାର ଦିନ ମେଗା ଦାତବ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିର କୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ, ଏସ .ପି . ଶ୍ରୀ ନାରାୟଣ ନାଏକ ଉଦଘାଟନ କରିଥିଲେ l ସୋନପୁର ସିଡିଏମଓ (ପିଏଚ)ଡାକ୍ତର ଉଷାରଣୀ ଦାସ ଅତିଥି ଭାବେ ଯୋଗଦେଇଥିଲେ l ଟ୍ରଷ୍ଟ ର ପରିଚାଳନା ଟ୍ରଷ୍ଟି ତଥା ମୁଖ୍ୟ ଆୟୋଜକ ଏସସିବି ମେଡିକାଲ କଲେଜ ର ପୂର୍ବତନ ଅଧକ୍ଷ ଓ ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ର ପ୍ରଥମ କୁଳପତି ମୂତ୍ର ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଦାତ୍ତେଶ୍ୱର ହୋତା ଙ୍କ ପୃଷ୍ଠପୋଷକତାରେ ଏ ଶିବିର ଅନୁଷ୍ଠିତ ହୋଇଥିବାବେଳେ ଏଥିରେ କଟକ,ଭୁବନେଶ୍ୱର,ଓ ବଲାଙ୍ଗୀର, ର ବିଭିନ୍ନ ରୋଗର ଚିକିତ୍ସକ ଓ ବିଶେଷଜ୍ଞ ୧୦ ଜଣ ଡାକ୍ତର ଯୋଗଦେଇ ବିଭିନ୍ନ ବର୍ଗର ରୋଗୀଙ୍କୁ ଆଧୁନିକ ଚିକିତ୍ସା ସେବା ଯୋଗାଇ ଦେଇଥଲେ l ରୋଗୀମାନଙ୍କ ଚକ୍ଷୁ ପରୀକ୍ଷା ସହ ବିନା ମୂଲ୍ୟରେ ଔଷଧ,ଚଷମା ପ୍ରଦାନ ସହ ଖାଦ୍ୟ ଦିଆଯାଇଥିଲା,l ଭିନ୍ନକ୍ଷମ,ବୃଦ୍ଧ, ବୃଦ୍ଧା ଙ୍କ ଠାରୁ ଆରମ୍ଭ କରି ଶିଶୁ ଙ୍କ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ୩୨୦ ରୋଗୀ ଆସି ସେମାନଙ୍କ ସ୍ୱାସ୍ଥ୍ୟ ର ଚିକିତ୍ସା କରିଥିଲେ,l ସତ୍ୟଜିତ ନାୟକ ନେତୃତ୍ୱ ରେ ଟ୍ରଷ୍ଟ ର କର୍ମକର୍ତ୍ତା ଓ ସ୍ବେଛାସେବୀ ସହାୟତା କରିଥିଲେ,l
ଆଗାମୀ ଦିନରେ ଏହିପରି ସେବା ଜାରି ରହିବ ବୋଲି ଡାକ୍ତର ହୋତା କହିଛନ୍ତି l