ଚିକିତ୍ସାଧିନ ଅବସ୍ଥାରେ ଦନ୍ତା ହାତୀର ମୃତ୍ୟୁ ।

ଭଞ୍ଜନଗର,୦୩/୦୯(ପିପିଟି): ତାରସିଂ ବନାଞ୍ଚଳରେ ଗତ କିଛି ଦିନ ଧରି ଅସୁସ୍ଥ ଥିବା ଏକ ଦନ୍ତା ହାତୀର ଶନିବାର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ହାତୀଟି ବୟସ୍କ ହୋଇଥିବା ବେଳେ ଆହତ ଅବସ୍ଥାରେ ଜଗନ୍ନାଥପ୍ରସାଦ ଓ ତାରାସିଂ ବନାଞ୍ଚଳରେ ପ୍ରାୟ ପାଞ୍ଚ ଦିନ ଧରି ଘୁରି ବୁଲୁଥିବା ବେଳେ ବନବିଭାଗ ତା ଉପରେ ନଜର ରଖିଥିଲେ। ତେବେ ହାତିଟି କୌଣସି ଖାଦ୍ୟ ଗ୍ରହଣ କରିପାରୁ ନଥୁବାରୁ ଅତ୍ୟନ୍ତ ଦୁର୍ବଳ ସ୍ଥିତିରେ ରହିଥିଲା। ଆଜି ଗାୟାଗଣ୍ଡା ସେକ୍ସନର ଛିଟିକା ପାଜୁ ଜଙ୍ଗଲ ନିକଟରେ ବନବିଭାଗ କର୍ମଚାରୀ ଓ ପ୍ରାଣୀ ଚିକିତ୍ସକ ମାନଙ୍କ ଏକ ଟିମ ହାତୀଟିର ଚିକିତ୍ସା କରୁଥିବା ବେଳେ ତାର ମୃତ୍ୟୁ ଘଟିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ହାତୀ ମୃତ୍ୟୁ ଖବର ଶୁଣି ବିଭାଗୀୟ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ବ୍ୟବଛେଦ ପରେ ନିକଟସ୍ଥ ଖୋଲା ସ୍ଥାନରେ ହାତୀର ମୃତ ଦେହକୁ ପୋତା ଯାଇଥିବା ଜଣାପଡିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment