ଚିକିଟି,୦୧/୦୯(ପିପିଟି):ଶିକ୍ଷା,ସ୍ୱାସ୍ଥ୍ୟ, ନିଯୁକ୍ତି,ଜମି,ଖାଦ୍ୟ ଵା ବାସଗୃହର ଆବଶ୍ୟକତା ମେଣ୍ଟାଇବା ପାଇଁ ଏବେ ବି ଆମେ ସଂଘର୍ଷରତ । ମଦ ମାଫିଆ, ପୁଞ୍ଜିପତି ମାନେ ଗଣତନ୍ତ୍ରକୁ କବ୍ଜା କରି ଜନସାଧାରଣଙ୍କୁ ପଙ୍ଗୁ କରିଦେଲେଣି । ଏଣୁ ଦେଶପ୍ରେମ ବହ୍ନହି ପ୍ରଜ୍ବଳିତ କରି ଭୋକ,ଭୟ, ଭ୍ରଷ୍ଟାଚାର, ବେକାରୀ ଦରବୃଦ୍ଧି, ବିଷାକ୍ତ ମଦ ମୃତ୍ୟୁ ବିରୁଦ୍ଧରେ ନେତାଜୀଙ୍କ ସ୍ବପ୍ନ “ଜନତା ଙ୍କ ହାତରେ ଶାସନ ” ପ୍ରତିଷ୍ଠା ପାଇଁ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ଓଡିଶା ରାଜ୍ୟ କମିଟି ନିଷ୍ପତି ମୁତାବକ ସାରା ରାଜ୍ୟ ରେ ଜନ ସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ ଚିକିଟି ବ୍ଲକ ରୁ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜ଼ିଲ୍ଲା ଫରୱାର୍ଡ଼ ବ୍ଲକ ସଭାପତି ତଥା ଚିକିଟି ବିଧାୟକ ପ୍ରାର୍ଥୀ ବିଭୂଧେନ୍ଦ୍ର ପାଢ଼ୀଙ୍କର ନେତୃତ୍ୱରେ ଚିକିଟି ରେ ଏକ ପଦଯାତ୍ରା ଆରମ୍ଭ କରାଯାଇଥିଲା । ଚିକିଟି ଗଡ଼ ବଜାର ଛକ ରେ ରହିଥିବା ନେତାଜୀଙ୍କ ସହଯୋଗୀ ତଥା ପ୍ରାକ୍ତନ ଫରୱାର୍ଡ଼ ବ୍ଲକ ବିଧାୟକ ସ୍ବର୍ଗତ ଦିବାକର ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରି ପଦଯାତ୍ରାର ଆୟାମରମ୍ଭ କରାଯାଇଥିଲା । ଏହି ପଦଯାତ୍ରା ଚିକିଟି ପେଣ୍ଠ ବଜାର ଅତିକ୍ରମ କରି କରବାଲୁଆ ପାଣ୍ଡା ଛକ ଠାରେ ସମାପ୍ତ ହୋଇଥିଲା । ଫରୱାର୍ଡ଼ ବ୍ଲକ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢ଼ୀ,ଗଞ୍ଜାମ ଜ଼ିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସାହୁ, କୋଷାଧକ୍ଷ ସ୍ଵପ୍ନେଶ୍ଵର ପାଣିଗ୍ରାହୀ,ଫରୱାର୍ଡ଼ ବ୍ଲକ ଆଗ୍ରଗାମୀ ମହିଳା ସମିତି ରାଜ୍ୟ ସାଧାରଣ ସମ୍ପାଦକ ଲକ୍ଷ୍ମୀ ଦୋରା, ଆଜାଦ ହିନ୍ଦ ବାହିନୀ ରାଜ୍ୟ ସଂଯୋଜକ ଦିଶା ଏବଂ ପିଣ୍ଟୁ ପ୍ରଧାନ ସମେତ ବହୁ ନେତା,କର୍ମୀ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ । ପରିଶେଷରେ ଫରୱାର୍ଡ଼ ବ୍ଲକ ର ରାଜ୍ୟ ନେତୃତ୍ୱ ଏବଂ ଜ଼ିଲ୍ଲା ନେତୃତ୍ୱ ମଣ୍ଡଳୀ ଚିକିଟି ବିଜ୍ଞାପିତ ଅଞ୍ଚଳର ଜେନାପୁର ଗସ୍ତ କରି ମଦ ମୃତ୍ୟୁ ପରିବାରଙ୍କୁ ଭେଟି ସେମାନଙ୍କୁ ସମବେଦନା ଜଣାଇଥିଲେ । ଅବକାରୀ ଏବଂ ମଦ ମାଫିଆଙ୍କ ମଧୁଚନ୍ଦ୍ରିକା ଯୋଗୁଁ ବିଷାକ୍ତ ମଦ ମୃତ୍ୟୁରେ ଶିକାର ହୋଇଥିବା ମୃତକ ପରିବାରଙ୍କୁ ୨୦ ଲକ୍ଷ କ୍ଷତିପୂରଣ ପ୍ରଦାନ,ସେମାନଙ୍କ ବାସଗୃହ ପଟ୍ଟା ଯୋଗାଇବା ଆଦି ଦାବୀ ରାଜ୍ୟ ସରକାରଙ୍କ ପାଖରେ ରଖିବା ନିର୍ଭର ପ୍ରତିଶୃତି ରଖିଥିଲେ । ଦରକାର ପଡିଲେ ଆସନ୍ତା ଦିନରେ ସେମାନଙ୍କ ଦାବୀ ହାସଲ ନିମନ୍ତେ ଗଞ୍ଜାମ ଜ଼ିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଫରୱାର୍ଡ଼ ବ୍ଲକ ଜ଼ିଲ୍ଲା କମିଟି ଧାରଣା ଦେବ ବୋଲି କହିଥିଲେ ।
ରିପୋର୍ଟ- ଏସ. ବିଜୟଲକ୍ଷ୍ମୀ