ଚାଷୀଙ୍କୁ ପୁଣି ଆଶ୍ୱାସନା ଦିଆଗଲା ।

ପଦ୍ମପୁର,୨୩/୦୯(ପିପିଟି);ସଂପ୍ରତି ସାରା ଓଡିଶା ରେ ଭାତ ହାଣ୍ଡି ଭାବେ ପରିଚିତ ବରଗଡ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକର ଲଖମରା,ବାଦିକଟା ଓ ଭେଙ୍ଗରାଜପୁର ଗ୍ରାମପଂଚାୟତ ର ଚାଷୀବୃନ୍ଦ ୨୦୧୯ର ଖରିଫ ସମୟର ଫସଲବୀମାରୁ ଅଦ୍ୟାବଧି ବଞ୍ଚିତ । ଅନେକ ଥର ରାସ୍ତାରୋକ, ଆଲୋଚନା ହେବାପରେ ମଧ୍ୟ ଚାଷୀଙ୍କୁ ନାନା ପ୍ରକାର ର ଆଳ ଦେଖାଇ ଓରିଏନଟାଲ ଇନ୍ସୁରେନ୍ସ କମ୍ପାନୀ ଠକିବାରେ ଲାଗିଛି । ଯଦ୍ୱାରା ଚାଷୀ ଅସନ୍ତୋଷ ପ୍ରକାଶ କରି କିଛି ଉପାୟ ନ ପାଇ ବାଧ୍ୟହୋଇ ଗତକାଲି ରାସ୍ତା ରୋକ କରିଥିଲେ ହେଲେ ତୁହାକୁତୁହା ଅଦିନୀଆ ବର୍ଷା ପାଇଁ ରାସ୍ତାରୋକରୁ ଓହରି ଯାଇ ନିଷ୍ପତ୍ତିକ୍ରମେ ଚାଷୀ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିବା ସହ ଉପଜିଲ୍ଲାପାଳଙ୍କୁ ମଧ୍ୟ ଅଫିସକୁ ଯିବା ପାଇଁ ସୁଯୋଗ ଦେଇନଥିଲେ । କିଛି ଘଣ୍ଟା ଅତିବାହିତ ପରେ ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଆନ୍ଦୋଳନକାରୀ ମାନଙ୍କ ପାଖକୁ ଆସି ଆସନ୍ତା ୨୫.୯.୨୦୨୦ ରେ ଇନ୍ସ୍ୟୁରେନସ୍ ରେ ଜଡିତ ସମସ୍ତ ବିଭାଗୀୟ ଉଚ୍ଚକତ୍ତୃପକ୍ଷଙ୍କ ସମେତ ଓରିଏନଟିଆଲ୍ ଇନ୍ସୁରେନ୍ସ କମ୍ପାନୀ ର କତ୍ତୃପକ୍ଷଙ୍କ ସହ କୃଷକ ସଂଗଠନ ର କେତେକ ନେତାଙ୍କୁ ନେଇ ଏକ ଆଲୋଚନା କରିବାକୁ ନିଷ୍ପତ୍ତି ଶୁଣାଇବାପରେ ଚାଷୀ କିଛି ପରିମାଣ ରେ ସନ୍ତୋଷ ହୋଇଛନ୍ତି କିନ୍ତୁ ଯଦି ଆଲୋଚନା ରେ କିଛି ଫଳ ନ ମିଳେ ତେବେ ଆଲୋଚନା ହେବା ଦିନଠାରୁ ୧୫ ଦିନ ରେ ଚାଷୀ ଆନ୍ଦୋଳନ ତେଜିଆନ ହେବା ସହ ସାରା ପ୍ରସାଶନକଳକୁ ଅଚଳ କରି ଦିଆଯିବ ବୋଲି ଚରମ ଚେତାବନୀ ଦେବାପରେ ଆଜିର ଆନ୍ଦୋଳନ ସ୍ଥଗିତ କରାଯାଇଛି । ବର୍ତ୍ତମାନ ଉପଜିଲ୍ଲାପାଳ କାର୍ଯ୍ୟାଳୟଟି ସ୍ୱାଭାବିକ ଅବସ୍ଥା ଫେରି ପାଇଛି । (ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।)

Comments (0)
Add Comment