ଚାଷପ୍ରତି ମୁହଁ ଫେରାଉଛନ୍ତି ଚାଷୀ, ଅମଳ ଋତୁରେ ଡରାଉଛି ପରିବା ଦର।

ବୋଲଗଡ଼,୦୫/୦୧(ପିପିଟି):ଶୀତ ବଢିବା ସହିତ ପନିପରିବା ଦରଦାମ କମିଯାଇଥାଏ। ଚଳିତ ବର୍ଷ ଶୀତର ପ୍ରକୋପ ଯେତିକି ବଢୁଛି ତାହା ସହ ତାଳଦେଇ ପନିପରିବା ଦରବୃଦ୍ଧି ଲୋକଙ୍କୁ ଡରାଇବାରେ ଲାଗିଛି। ୫୦୦ଟଙ୍କା ରେ ବ୍ୟାଗ୍ ପୁରୁନାହିଁ। ଅମଳ ଋତୁରେ ପରିବା ଦରରେ ହାତମାରି ହେଉନାହିଁ। ବୋଲଗଡ଼,ରାଜସୁନାଖଳା,କଳାପଥର ଅଞ୍ଚଳରେ ପରିବା ଦର ହୁହୁ ହୋଇ ବଢି ଚାଲିଛି। ବିଲାତି, କାକୁଡି, କୋବି ଓ ବାଇଗଣ କିଲୋ ପିଛା ୫୦ରୁ ୬୦ ଟଙ୍କା ଟଙ୍କାରେ ବିକ୍ରି ହେଉଛି। ଶୀତ ଋତୁରେ ଏସବୁ ପନିପରିବା ଦର ୧୫ ରୁ ୨୦ଟଙ୍କା ରହିଥାଏ। ତେବେ ଚାଷ ପ୍ରତି ଯୁବଚାଷୀ ମାନଙ୍କର ଇଛାଶକ୍ତିର ଅଭାବ ଏବଂ ଚାଷୀ ମାନଙ୍କର ଆଗ୍ରହ ପ୍ରକାଶ କରୁ ନଥିବାରୁ ପନିପରିବା ଦର ବଢିଚାଲିଛି ବୋଲି କୁହାଯାଇଛି। ବାହାର ରାଜ୍ୟର ଶିଳ୍ପ ସଂସ୍ଥା ଗୁଡ଼ିକରେ ଭଲରୋଜଗାର କରିବାପାଇଁ ଚାଲିଯାଉଛନ୍ତି ଏବଂ ଭଲ ଦୁଇ ପଇସା ରୋଜଗାର ମଧ୍ୟ କରୁଛନ୍ତି। ଯାହା ଦ୍ଵାରା ଆଉ ପରିଶ୍ରମ କରି ଚାଷ କରିବାକୁ କେହି ଚାହୁଁନାହାନ୍ତି। ପୂର୍ବରୁ କଳାପଥର ଓ ରାଜସୁନାଖଳା ବଜାରକୁ ପାଖାପାଖି ଅଞ୍ଚଳରୁ ବହୁ ମାତ୍ରାରେ ପରିବା ଆସୁଥିଲା ବର୍ତ୍ତମାନ ଏହି ସବୁ ଅଞ୍ଚଳରୁ ପରିବା ଆସୁନାହିଁ ତେଣୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ତେଣୁ ଲାଭରଖି ବିକିବାକୁ ପଡୁଛି ବୋଲି କହିଛନ୍ତି ପରିବା ବ୍ୟବସାୟୀ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment