ଚାରି ଜଣ ଗଞ୍ଜେଇ ମାଫିଆ ଗିରଫ,୯୯ କିଲୋ ଗଞ୍ଜେଇ ଜବତ ।

ମାଲକାନଗିରି,ତା:୨୮/୦୯(ପିପିଟି); ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଓର୍କେଲ ଥାନା ପୋଲିସ ଚାରି ଜଣ ଗଞ୍ଜେଇ ମାଫିଆକୁ ଗିରଫ କରିବାରେ ସକ୍ଷମ ହେବା ସହ ରବିବାର ଦିନ କୋର୍ଟକୁ ଚାଲାଣ କରିଛି ଏବଂ ସେମାନଙ୍କ ଠାରୁ ୯୯ କିଗ୍ରା୬୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ପ୍ରାପ୍ତ ସୂଚନା ଅନୁସାରେ ଗତ କାଲି ସନ୍ଧ୍ୟା ୭ ଘଟିକା ସମୟରେ ଗୁମ୍ମା ଫାଣ୍ଡି ଅଧିକାରୀ ଗିରିଶ ଚନ୍ଦ୍ର ମହାରଣାଙ୍କ ନେତୃତ୍ୱରେ ଏକ ଟିମ ମାଲକାନଗିରି-ଜୟପୁର ମୁଖ୍ୟ ରାସ୍ତାର ନନ୍ଦିନୀଗୁଡା ଛକ ନିକଟରେ ଗାଡି ଯାଞ୍ଚ କରୁଥିବା ସମୟରେ ପ୍ରଥମେ ଏକ ଆପାଚି ବାଇକରେ ଦୁଇ ଜଣ ବ୍ୟକ୍ତି ଆସୁଥିବା ବେଳେ ସେମାନଙ୍କୁ ଅଟକାଇଥିଲେ । ଦୁହିଙ୍କୁ ପୋଲିସ ପଚରା ଉଚରା କରିବା ସମୟରେ ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଫୋନ ଯୋଗେ ବର୍ତ୍ତାଳାପ କରୁଥିବା ସହ ପଛପଟୁ ଏକ ଇଣ୍ଡିଗୋ କାର ନଂ:ଏ ପି ୩୧ ଏ କ୍ୟୁ ୦୨୮୩ ରେ ଡ୍ରାଇଭର ଏବଂ ଅନ୍ୟ ଜଣେ ବ୍ୟକ୍ତି ଆସୁଥିଲେ । ତେବେ ପୋଲିସ ଏମାନଙ୍କ ମଧ୍ୟରେ ବର୍ତ୍ତାଳାପ ହେଉଥିବା ଦେଖି କାରଟିକୁ ଯାଞ୍ଚ କରିଥିଲେ । ଯାଞ୍ଚ ପରେ ଗାଡିରେ ୪ ଟି ପ୍ୟାକେଟ ରେ ୯୯ କିଲୋ ୬୦୦ ଗ୍ରାମ ଗଞ୍ଜେଇ ଦେଖିବାକୁ ପାଇଥିଲେ । ପରେ ଚାରି ଅଭିଯୁକ୍ତଙ୍କୁ ଓରକେଲ ଥାନାକୁ ଅଣା ଗିରଫ କରାଯାଇଥିଲା। ଚାରି ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ଅଭିଯୁକ୍ତ ଡ୍ରାଇଭର ଓମ ପ୍ରକାଶ(୫୨) ଏବଂ ଅଶୋକ କୁମାର ହୋଇଥିବା ବେଳେ ସେମାନଙ୍କ ଘର ରାଜସ୍ଥାନର ଛୁରୁ ଜିଲ୍ଲାର ଦେୟାୱାଥା ଏବଂ ଡୁଙ୍ଗରଗଡ ଗ୍ରାମର ହୋଇଥିବା ଜଣା ପଡିଛି । ଅନ୍ୟ ଦୁଇ ଜଣ ସୋମନାଥ ଖରା (୨୫) ଏବଂ ସମରା ମାଡକାମୀ(୩୦) ସେମାନଙ୍କ ଘର ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କାଲିମେଳା ଥାନା ନିକଟସ୍ଥ ଚିନ୍ତଲୱାଡା ଏବଂ ରଙ୍ଗମାଟିଗୁଡା ଗ୍ରାମରେ ବୋଲି ପୋଲିସ ପ୍ରକାଶ କରିଛି । ଏହି ଗଞ୍ଜେଇ ଚିନ୍ତଲୱାଡା ଅଞ୍ଚଳରୁ ରାଜସ୍ଥାନକୁ ନିଆ ଯାଉଥିବା ଜଣା ପଡିଛି । ଜବତ ଗଞ୍ଜେଇର ମୂଲ୍ୟ ୨ ଲକ୍ଷ ହେବ ବୋଲି ପୁଲିସ କହୁଛି। ଚାରି ଅଭିଯୁକ୍ତଙ୍କୁ ଓର୍କେଲ ଥାନା କେଶ ନଂ ୧୭୦/୨୦ ମାମଲା ରୁଜୁ କରାଯାଇ ମାଲକାନଗିରି କୋର୍ଟକୁ ଚାଲାଣ କରାଯାଇଛି । (ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment