ଶେରଗଡ,୩୧/୧୦(ପିପିଟି)-ଶୁଣିଲାନି ପ୍ରଶାସନ ଚାନ୍ଦା କରି ରାସ୍ତା ନିର୍ମାଣ ଓ ଆଲୋକିକରଣ କଲେ ଗ୍ରାମର ଯୁବକ ଏଭଳି ଦେଖିବାକୁ ମିଳିଛି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ଅନ୍ତର୍ଗତ କୁଲାଗଡ଼ ଗ୍ରାମରେ ଭୀଷଣ ବର୍ଷାହୋଇ ରାସ୍ତା ଧୋଇ ଯିବା ଫଳରେ ଗ୍ରାମର ଯୁବକମାନେ ସ୍ଥାନୀୟ ସରପଞ୍ଚଙ୍କୁ ରାସ୍ତା ମରାମତି ଓ ଅଲୋକିକରଣ ପାଇଁ ୧୫ ଦିନ ପୂର୍ବରୁ ଦାବି କରିଥିଲେ । କାର୍ତ୍ତିକ ମାସରେ ମନ୍ଦିରକୁ ଯିବାକୁ ଶ୍ରଦ୍ଧାଳୁ ଅସୁବିଧାର ସମ୍ମୁଖିନ ହେବେ ବୋଲି ଗ୍ରାମର ସ୍ୱେଚ୍ଛାସେବୀ ଯୁବକମାନେ ସରପଞ୍ଚ ଓ ବ୍ଲକ ପ୍ରଶାସନଙ୍କୁ ଜଣାଇ ଥିଲେ।କେହି ଗୁହାରି ନଶୁଣିବା ଫଳରେ ବାଧ୍ୟ ହୋଇ ଗାଁରେ ଟଙ୍କା ଚାନ୍ଦା କରି ଆଲୋକିକରଣ କରିବା ସହ ରାସ୍ତା ନିର୍ମାଣ ପାଇଁ ଅଣ୍ଟା ଭିଡ଼ିଲେ ଯୁବକ ଗ୍ରାମ ର ଛାଞ୍ଚରା ଖଳା ଠାରୁ ଗୁଡ଼ିବନ୍ଧ ଓ ନେଲିଆ ବନ୍ଧ ଠାରୁ ଗରୁଡେଶ୍ବର ମନ୍ଦିର ପଯ୍ୟନ୍ତ ଆଲୋକି କରଣ କରି ମନ୍ଦିର ରାସ୍ତା ମରାମତି କରି ଉଦାହରଣ ସୃଷ୍ଟି କରିଛନ୍ତି ଗ୍ରାମର ଯୁବଗୋଷ୍ଠୀ ।
ରିପୋର୍ଟ-ଭିକୁ ନାୟକ