ଖୋର୍ଦ୍ଧା,୨୯/୦୯(ପିପିଟି): ଖୋର୍ଦ୍ଧାର ଐତିହାସିକ ପର୍ଯ୍ୟଟନ ସ୍ଥଳୀ ବରୁଣେଇ ପାହାଡ଼ ଯାହାର ମଧ୍ଯ ଭାଗରେ ରହିଛି ବରୁଣେଇ କରୁଣେଇଙ୍କ ପୀଠ। ଯାହାକି ବରୁଣେଇ ପାହାଡ଼ର ୧୫୦ଫୁଟୁ ଉଚ୍ଚତାରେ ମା’ବରୁଣେଇ ଙ୍କ ମନ୍ଦିର ଅବସ୍ଥିତ। ଯାହାକି ମନ୍ଦିରରେ ପୂଜା ପାଉଛନ୍ତି ଦୁଇ ଭଉଣୀ ବରୁଣେଇ ଓ କରୁଣେଇ। କଳାମୁଗୁନିରେ ୧୮ଇଞ୍ଚ ର ମୂର୍ତ୍ତୀ ନିର୍ମିତ ସିଂହାସନ ରେ ପୂଜା ପାଉଛନ୍ତି ମା’ବରୁଣେଇ ଏବଂ ସିଂହାସନର ଡାହାଣ ପାର୍ଶ୍ଵରେ ପୂଜାପାଉଛନ୍ତି କରୁଣେଇ। ଯାହା କି ଯୁଦ୍ଧ ବେଶରେ ସୁସଜ୍ଜିତ ହୋଇ ପୂଜା ପାଉଛନ୍ତି। ଏହି ପୀଠରେ ଦୈନିକ ବିଭିନ୍ନ ପ୍ରକାରର ପିଠା ଓ କ୍ଷୀରି ଭୋଗ କରାଯାଏ।ବିଶେଷ କରି ରଜପର୍ବରେ ଏହି ପୀଠରେ ଧୁମ୍ ଧାମ ରେ ପାଳନ କରାଯାଏ। ଏହି ପର୍ବରେ ସ୍ଥାନୀୟ ଅଞ୍ଚଳ ସହିତ ପର୍ଯ୍ୟଟକ ମାନେ ମଧ୍ୟ ଅଂଶ ଗ୍ରହଣ କରିଥାନ୍ତି। ଏବଂ ଶାରଦୀୟ ନବରାତ୍ରୀ ରେ ଶୋଡ଼ଷ ଉପଚାରରେ ପୂଜା ପାଇଥାନ୍ତି ମା’ବରୁଣେଇ କରୁଣେଇ। ବହୁ ଶ୍ରଦ୍ଧାଳୁ ଭକ୍ତ ମାନେ ମାଙ୍କର ଶୋଡ଼ଷ ଉପଚାର ପୂଜା ଦେଖିବାକୁ ଦୂରଦୂରାନ୍ତରୁ ଛୁଟି ଆସିଥାନ୍ତି। ଏହି ପୀଠର କିମ୍ବଦନ୍ତୀ ଅନୁସାରେ ଏହି ଦୁଇ ଦେବୀ ବରୁଣେଇ କରୁଣେଇ ଇଂରେଜ ସରକାର ଙ୍କ ବିରୁଦ୍ଧରେ ଓଡିଶା ର ଗଜପତି ଙ୍କୁ ସହାୟତା କରିଥିଲେ। ଏହି ଦୁଇ ଭଉଣୀ ଦୂର୍ଗମଧ୍ୟରେ ରହି ଅଣଓସାରିଆ ପ୍ରାଚୀର ମଧ୍ୟରେ ପ୍ରବେଶ କରୁଥିବା ଇଂରେଜ ମାନଙ୍କୁ ହତ୍ୟା କରୁଥିଲେ। ସେ ଯାହା ହେଉନା କାହିଁକି ଏହି ସ୍ଥାନର ବହୁ ପୁରୁଣା ଓ ଐତିହାସିକ କିମ୍ବଦନ୍ତୀ ରହିଅଛି। ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ କୁହାଯାଉଥିବା ପାଇକ ବିଦ୍ରୋହର ପ୍ରଥମେ ଏହିଠାରୁ ଆରମ୍ଭ ହୋଇଥିଲା। ପ୍ରକୃତି ଓ ସୁନ୍ଦର ଶୀତଳ ପରିବେଶ ଏହାର ପ୍ରମୁଖ ଆକର୍ଷଣ। ଚିତ ବିନୋଦ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବର୍ଷ ତମାମ ପର୍ଯ୍ୟଟକଙ୍କର ଗହଳି ଲାଗିରହିଥାଏ। ଏହି ସ୍ଥାନରୁ ଆରମ୍ଭ ହୋଇଥିବା ପାଇକ ବିଦ୍ରୋହର ସ୍ମୃତିକୁ ସ୍ମରଣ ରଖିବା ନିମନ୍ତେ ଏହାର ପାଦ ଦେଶରେ ସ୍ମାରକୀ ପାଇଁ ଡିସେମ୍ବର ୨୦୧୮ରେ ଶିଳାନ୍ୟାସ କରାଯାଇଥିଲା।”
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।