ଚଳିତ ବର୍ଷ ମହାନ ସଂଘ ତରଫରୁ ଅଧିକ ଜନ କଲ୍ୟାଣ କାର୍ଯ୍ୟ ହାତକୁ ନିଆଯିବ ।

ବ୍ରହ୍ମପୁର,୩୧/୦୮(ପିପିଟି):ଦୀର୍ଘ ଚାଳିଶି ବର୍ଷ ଧରି ପଲ୍ଲି ରୁ ଦିଲ୍ଲୀ ପର୍ଯ୍ୟନ୍ତ ସମାଜସେବା,ସାଂସ୍କୃତିକ,କ୍ରୀଡା,ଜନ ଜାଗରଣ,ଶିକ୍ଷା, ସ୍ବାସ୍ଥ୍ୟ,ପରିବେଶ,ବୃଦ୍ଧାଶ୍ରମ ଓ ବାତ୍ୟା ବନ୍ୟା କୋରାନା ସମୟରେ ମହତ୍ତ କାର୍ଯ୍ୟକରି ଆସୁଥିବା ଓଡ଼ିଶା ଅନ୍ୟତମ ଅଗ୍ରଣୀ ଅନୁଷ୍ଠାନ ମହାନ ସଂଘର ବୈଠକ ଗାୟତ୍ରୀ ହୋଟେଲ ସମ୍ମିଳନୀ ପ୍ରକୋଷ୍ଠରେ ସଭାପତି ସୁଶାନ୍ତ କୁମାର ସାବତଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇ ଚଳିତ ବର୍ଷ ଅଧିକ ଜନକଲ୍ୟାଣ କାର୍ଯ୍ୟ ହାତକୁ ନେବା ନିମନ୍ତେ ନିଷ୍ପତ୍ତି ହୋଇଥିଲା। ଆଧୁଁନିକ ଶୈଳୀରେ ଏକ ଜରା ନିବାସ ନିର୍ମାଣ ସହ ଅନ୍ୟାନ୍ୟ କାର୍ଯ୍ୟ ହାତକୁ ନେବା ନିମନ୍ତେ ନିଷ୍ପତି ହୋଇଥିଲା। ବୈଠକ ରେ ପି ବୁଚି ବାବୁ,ଭି ରବି ଗୁପ୍ତା, ସଞ୍ଜୟ ମାଝି,ପ୍ରଭାକର ସାହୁ,ସୌମିକ ସାହୁ, ସୁନନ୍ଦା ମହାପାତ୍ର,ମୀନା ଦାଶ,ନଳିନୀ ସାହୁ,ନିବେଦିତା ପାଢ଼ୀ, ଡ.ସନ୍ଧ୍ୟାରାଣି ପଟ୍ଟନାୟକ,ସାଧନା ପାଢ଼ୀ,ଲିପିକା ଜେନା,ତପନ ପଣ୍ଡା,ଭଗବାନ ବେହେରା,ରୋହିତ ପରିଡ଼ା,ପ୍ରଶାନ୍ତ ଗୌଡ଼,ସହ ସମ୍ପାଦକ ପ୍ରକାଶ ବାଜନି ବିବରଣୀ ପାଠ କରିଥିବା ବେଳେ ସବିତା ସାହୁକାର ଧନ୍ୟବାଦ ପ୍ରଦାନ କରିଥଲେ। ସୁଦୀପ ସାହୁ ମଧୁର ସଙ୍ଗୀତ ପରିବେଷଣ କରିଥିଲେ।

Comments (0)
Add Comment