ଚମ୍ପାପୁର ନିକଟରୁ ଜଙ୍ଗଲୀ କୁଟୁରା ଉଦ୍ଧାର ।

ହରଭଙ୍ଗା,୨୮/୦୭: ବୌଦ୍ଧ ବନଖଣ୍ଡ ଅଧିନସ୍ତ ସଦର ରେଞ୍ଜ ଅନ୍ତର୍ଗତ ଚମ୍ପାପୁର ନିକଟରୁ ସୋମବାର ବନ ବିଭାଗ ଏକ ଜଙ୍ଗଲୀ ମାଈ କୁଟୁରାକୁ ଜୀବନ୍ତ ଉଦ୍ଧାର କରାଯାଇଥିଲା । କୁଟୁରାର ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାକୁ ହରଭଙ୍ଗା ବ୍ଲକ ମାଧପୁର ରେଞ୍ଜ ଅନ୍ତର୍ଗତ ପୋଢ଼ହଳ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷିତ ଛଡ଼ାଯାଇଛି । ଉଦ୍ଧାର କୁଟୁରାର ବୟସ ପାଖାପାଖି ୪ ବର୍ଷ ହେବ ବୋଲି ସୂଚନା ମିଳିଛି । କୁଟୁରାଟିକୁ ଛଡାଯିବା ସମୟରେ ବୌଦ୍ଧ ଏସିଏଫ ମିନାକ୍ଷୀ କୁମୁରା, ମାଧପୁର ରେଞ୍ଜ ଅଫିସର ଆଶିକ କୁମାର ଦିଗାଲ, ବନପାଳ ଗୋବର୍ଦ୍ଧନ ମେହେର, ଭକ୍ତବସ୍ତଲ ମଲିକ ପ୍ରମୁଖ ଉପସ୍ଥିତ ଥିଲେ ।

 

Comments (0)
Add Comment