ଚନ୍ଦ୍ରଭାଗା ଠାରେ ଗାଧୋଉଥିବା ବେଳେ ସମୁଦ୍ରରେ ଭାସିଗଲେ ଯୁବକ ।

ପିପିଲି,୧୨/୧୦ : ଆଜି ଅପରାହ୍ଣ ସାଢେ ୪ ଟା ସମୟରେ କୋଣାର୍କ ନିକଟ ଚନ୍ଦ୍ରଭାଗା ଠାରେ ସମୁଦ୍ରରେ ଗାଧୋଉଥିବା ବେଳେ ୩ ଜଣ ଯୁବକ ଭାସି ଯାଇଥିଲେ । ଲାଇଫ ଗାର୍ଡ ସଦସ୍ୟ ମାନେ ୨ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି । ସମସ୍ତ ଯୁବକ ପିପିଲି ପୌରାଞ୍ଚଳ ଅନ୍ତର୍ଗତ ପଣ୍ଡା ବଜାର ଠାରେ ଥିବା ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ସୂଚନା ମିଳିଛି । ନିଖୋଜ ଯୁବକ ଜଣକ ଉକ୍ତ ସଂସ୍ଥାରେ ଡେଲିଭେରି ବୟ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ଘର ଅନ୍ୟ ଅଞ୍ଚଳରେ ହୋଇଥିବା ଜଣାପଡିଛି । ଉଦ୍ଧାର ପାଇଥିବା ୨ ଯୁବକଙ୍କ ଘର ଡେଲାଙ୍ଗ ଅଞ୍ଚଳରେ ହୋଇଥିବା ବେଳେ ଆଜି ଅଫିସ ଛୁଟି ଥିବାରୁ ସେମାନେ କୋଣାର୍କ ବୁଲିବାକୁ ଯାଇଥିଲେ । ଅପରାହ୍ନରେ ସମୁଦ୍ରରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଥିଲା ।

Comments (0)
Add Comment