ଚତୁର୍ଥ ସ୍ତମ୍ବର କଣ୍ଠରୋଧକୁ ଦୃଢ ନିନ୍ଦା ।

ପୋଲସରା,(ପିପିଟି ନ୍ଯୁଜ୍)୦୪/୦୬,ପୋଲସରା ସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଥିବା ସଙ୍ଗରୋଧ କେନ୍ଦ୍ରରେ ନିମ୍ନ ମାନର ବାସୀଭାତ ଖାଦ୍ୟ ଯୋଗାଣକୁ ନେଇ ନିର୍ଭିକ ସତ୍ୟ ଓ ଅନୁସନ୍ଧାନ ମୂଳକ ଖବର ପୋଲସରା ସମାଜ ସାମ୍ବାଦିକ  କିଶୋର ଚନ୍ଦ୍ର ଦାସ ପ୍ରକାଶ କରି ଲୋକ ଲୋଚନକୁ ଆଣିଥିଲେ ।ଏହି ଘଟଣାରେ ସାମ୍ବାଦିକ ଶ୍ରୀ ଦାସଙ୍କୁ ଧମକ ଘଟଣାକୁ ପୂର୍ବତନ ବ୍ଲକ୍ ଅଧ୍ଯକ୍ଷ ତଥା ଆଇନଜୀବୀ ପ୍ରଦୀପ କୁମାର ସାହୁ ଦୃଢ ନିନ୍ଦା କରିବା ସହ କହଛନ୍ତି ସତ୍ୟ ଓ ବାସ୍ତବତାର କଣ୍ଠରୋଧ ସମାଜ ପାଇଁ ବିପଦ ସୃଷ୍ଟି ହେଉଛି ।ଏହି ଅଞ୍ଚଳର ସମସ୍ତ ସଂଘରୋଧ କେନ୍ଦ୍ରକୁ ସୁଷମ ଖାଦ୍ୟ,ଜଳ,ବିଦ୍ଯୁତ ଯୋଗାଣ,ଉପଯୁକ୍ତ ସ୍ୱାସ୍ଥ୍ୟ ପରୀକ୍ଷଣ କରିବା ସହିତ ନିଶା ମାଦକ ଦ୍ରବ୍ୟ କରାବାର ପ୍ରତି ପ୍ରଶାସନ ନଜର ରଖନ୍ତୁ ବୋଲି ଶ୍ରୀ ସାହୁ କହିଛନ୍ତି ।
ରିପୋର୍ଟ – ସନ୍ତୋଷ କୁମାର ପଣ୍ଡା ।

Comments (0)
Add Comment