ଚଣ୍ଡୀ ରାମଚନ୍ଦ୍ରପୁରରେ ବିଜେପିର ମିଶ୍ରଣ ପର୍ବ।

ପୋଲସରା ,୨୧/୦୯(ପିପିଟି): ପୋଲସରା ବ୍ଲକ ବଡ ପଂକଳବାଡ଼ି ପଞ୍ଚାୟତ ଅଧୀନ ଚଣ୍ଡୀ ରାମଚନ୍ଦ୍ରପୁର ଗ୍ରାମରେ ରବିବାର ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡବଲ ଇଂଜିନ ସରକାରର ସଫଳତା ଉପରେ ଆଲୋକପାତ କରିଥିଲେ । ଉକ୍ତ ଗ୍ରାମର ଅଭିମନ୍ୟୁ ପ୍ରଧାନ ଓ ନିରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ୨୦ ରୁ ଉର୍ଧ୍ଵ ପରିବାର ବିଜେଡି ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଥିଲେ । ଜନପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ନୀତି ଆଦର୍ଶ ସାଙ୍ଗକୁ ଜନହିତକର କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହେଲୁ ବୋଲି ବିଜେଡି ଛାଡି ବିଜେପିରେ ମିଶିଥିବା ଅଭିମନ୍ୟୁ ପ୍ରଧାନ, ନିରଞ୍ଜନ ପ୍ରଧାନ, ସନ୍ୟାସୀ ଗୌଡ଼, ଦୁର୍ଗା ମାଧବ ଗୌଡ଼, ସାଧୁଚରଣ ପ୍ରଧାନ,, ବଶିଷ୍ଠ ମାଝୀ ସମେତ ସମସ୍ତ କର୍ମୀ ପ୍ରକାଶ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବିଜେପିରେ ସାମିଲ ହୋଇଥିବା କର୍ମୀ ମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିବାସହ ବିଜେପି ଆହୁରି ଅଧିକରୁ ଅଧିକ ଶକ୍ତିଶାଳୀ ହେବା ସହିତ ଡବଲ ଇଂଜିନ ସରକାରଙ୍କ କାମ ଅଭିବୃଦ୍ଧି ଘଟାଇ ଆଗକୁ ବଢିବ ବୋଲି କହିଥିଲେ । ଦଳର ଏହି ମିଶ୍ରଣ କାର୍ଯ୍ୟକ୍ରମରେ ଘୁମୁସର ସାଙ୍ଗଠନିକ ଜିଲ୍ଲା ବିଜେପି ଉପସଭାପତି ପ୍ରଭାକର ପଣ୍ଡା, ବିଜେପି ମହିଳା ନେତ୍ରୀ ଜୟନ୍ତୀ ପଢିହାରୀ, ମୋତିରାମ ସାହୁ, ଜଗନ୍ନାଥ ବାଢ଼େଇ , ବୁଲୁ ପାତ୍ର, ମଥୁରା ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଜେନାଙ୍କ ସମେତ ଦଳର ବହୁ କର୍ମକର୍ତା ଉପସ୍ଥିତ ଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment