ଚଢିଆପଡା ଠାରେ ୨ମାସ ହେଲା ପାନୀୟ ଜଳ ଠପ ।

ବେଗୁନିଆପଡା,୧୮/୦୮(ପିପିଟି ): ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦ୍ଦକୋଟ ପଞ୍ଚାୟତର ଚଢିଆପଡା ଗ୍ରାମର ବାଉରୀ ସାହି ୱାର୍ଡ ନଂ -୧ ରେ ଦୁଇମାସ ହେଲା ପାଇପରେ ପାନୀୟ ଜଳ ନଆସିବା ନେଇ ଗ୍ରାମବାସୀ ବିଡ଼ିଓ ସୁଲିଲ କୁମାର ସାମନ୍ତଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁଯାୟୀ ଚଢିଆପଡା ଗ୍ରାମର ବାଉରୀ ସାହିରେ ଦୁଇବର୍ଷ ହେଲା ପାଇପ ଯୋଗେ ପାନୀୟ ଜଳ ଆସୁଥିଲା । କିନ୍ତୁ ଗତ ଦୁଇମାସ ହେଲା ଜଳଯୋଗଣ ସମ୍ପୂର୍ଣ ବନ୍ଦ ହୋଇପଡିଛି । ଅନ୍ୟ ଉପାୟ ନ ପାଇ ବାଧ୍ୟ ହୋଇ ଦୂଷିତ ପାଣି ପିଇବାକୁ ବାଧ୍ୟହେଉଛୁ ବୋଲି ସାହିବାସୀମାନେ ବିଡ଼ିଓଙ୍କୁ ଗୁହାରି କରିଛନ୍ତି । ଫଳରେ ଦୂଷିତ ପାଣି ପିଇ ସଂକ୍ରାମକ ରୋଗର ଶିକାର ହେବାର ଯଥେଷ୍ଟ ସମ୍ଭାବନା ରହିଛି । ବିଡ଼ିଓ ଏହାଉପରେ ଆଲୋଚନା କରି ଏସମ୍ପର୍କରେ ବେଗୁନିଆପଡା ଗ୍ରାମ୍ୟ ଜଳଯୋଗଣ ଏବଂ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ମମତା ପଣ୍ଡା ଏବଂ ଶୁଭଶ୍ରୀ ମହାରଣାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ ।

Comments (0)
Add Comment