ଚକ ଅଖ ବନ୍ଦ,ଷ୍ଟିଅରିଂ ଛାଡି ରାଜ ରାସ୍ତାରେ ଡ୍ରାଇଭର ।

କୋଦଳା,୧୫/୦୩(ପିପିଟି):ଡ୍ରାଇଭରଙ୍କ ବିଭିନ୍ନ ଦାବି ନେଇ ଦୀର୍ଘଦିନ ହେବ ରାଜ୍ୟ ସରକାରଙ୍କ ସହ ଡ୍ରାଇଭର ମାନଙ୍କ ଆଲୋଚନା ବିଫଳ ହେବା ପରେ ଓଡ଼ିଶା ଡ୍ରାଇଭର ମହାସଂଘର ନିଷ୍ପତ୍ତି କ୍ରମେ ସେମାନଙ୍କ ୧୦ଦଫା ଦାବି ନେଇ ବୁଧବାର ଠାରୁ ଅନିର୍ଦ୍ଦିଷ୍ଟ କାଳପାଇଁ ରାଜ୍ୟର ସବୁଠି ବନ୍ଦ ପାଳନ ଆରମ୍ଭ ହୋଇଯାଇଥିବା ବେଳେ କୋଦଳା ରେ ମଧ୍ୟ ଆନ୍ଦୋଳନ ଲାଗି ରହିଛି । ଗଞ୍ଜାମ ଜିଲ୍ଲା କୋଦଳା ଖରଖରୀ ଶଙ୍ଖ ଠାରେ ଡ୍ରାଇଭରମାନେ ଏହି ବନ୍ଦକୁ ପାଳନ କରି ଛନ୍ତି। ଶାନ୍ତିପୂର୍ଣ ଭାବେ ଆନ୍ଦୋଳନ ଚାଲୁ ରଖିବା ସହିତ ସରକାର ପ୍ରମୁଖ ୧୦ଦଫା ଦାବି ନମାନିଲେ ଏହି ଆନ୍ଦୋଳନ ଅନିର୍ଦ୍ଧିଷ୍ଟ କାଳ ପାଇଁ ଜାରି ରହିବ ବୋଲି ସେମାନେ କହିଛନ୍ତି । କୌଣସି ଅପ୍ରତିକର ପରିସ୍ଥିତି ସୃଷ୍ଟିର ମୁକାବିଲା ପାଇଁ ପୋଲିସ ଫୋର୍ସ ମୁତୟନ ହୋଇଥିବା ଦେଖିବାକୁ ମିଳିଛି । ଏହି ଆନ୍ଦୋଳନରେ ଜିଲ୍ଲା ସଭାପତି ଓ ରାଜ୍ୟ ଉପସଭାପତି ଯୋଗ ଦେଇଥିବା ଦେଖିବାକୁ ମିଳିଛି । ବନ୍ଦ ପାଳନ ଯୋଗୁଁ କୋଦଳା ଅଞ୍ଚଳର ଟ୍ରକ,ବସ୍ ବ୍ରହ୍ମପୁର ଓ ଭୁବନେଶ୍ଵର ଅଭିମୁଖେ ନ ଯାଇ ନିଜ ନିଜ ଜାଗାରେ ଅଟକି ରହିଛି ଯାହା ଫଳରେ ଯାତ୍ରୀମାନେ ନିଜନିଜ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଥିଲ,ଯାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଡ୍ରାଇଭର ମାନଙ୍କ ଦାବି ମଧ୍ୟରେ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଉ । ଗାଡ଼ି ଗୁଡ଼ିକ ପାର୍କିଂ ଏବଂ ଡ୍ରାଇଭରମାନଙ୍କୁ ବିଶ୍ରାମ ନେବାପାଇଁ ପାର୍କିଂ ସହିତ ବିଶ୍ରାମାଗାର ଏବଂ ଶୌଚାଳୟର ବ୍ୟବସ୍ଥା ପ୍ରତ୍ୟେକ ୧୦୦ କି.ମି. ଅନ୍ତରରେ କରାଯାଉ । ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭର ମାନଙ୍କ ପାଇଁ ୨୦ ଲକ୍ଷ ଟଙ୍କାର ବିମା ରାଶି ଏବଂ ଦୁର୍ଘଟଣାରେ ଅକର୍ମଣ୍ୟ ହେଲେ ୧୦ ଲକ୍ଷ ଟଙ୍କାର ବୀମାରାଶି ସହିତ ଦୁର୍ଘଟଣା ଜନିତ ଚିକିତ୍ସା ପାଇଁ ଡ୍ରାଇଭରମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ବୀମା ଯୋଗାଇ ଦିଆଯାଉ ଦାବି କରୁଛନ୍ତି ଡ୍ରାଇଭର ସଂଘ ଯଦି ସରକାର କୌଣସି ପଦକ୍ଷପ ନ ନିୟନ୍ତି ଏହାକୁ ଆହୁରି ବ୍ୟାପକ କରାଯିବ ବୋଲି ଡ୍ରାଇଭର ମାନେ କହିଛନ୍ତି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Comments (0)
Add Comment