ଚକରା ବିଷୋୟୀଙ୍କ ଜନ୍ମସ୍ଥାନ ବିଞ୍ଝଗିରିକୁ ଐତିହ୍ୟ ଗାଁର ମାନ୍ୟତା ।

ଭଞ୍ଜନଗର,୨୦/୦୬(ପିପିଟି): ଓଡ଼ିଶା ସରକାରଙ୍କ ଶାସନର ଏକ ବର୍ଷ ପୂର୍ତ୍ତି ଅବସରର ଶୁକ୍ରବାର ଭୁବନେଶ୍ଵର ଜନତା ମଇଦାନରେ ଏକ ରାଜ୍ୟସ୍ତରୀୟ ମହୋତ୍ସବ ଆୟୋଜିତ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ସମବେତ ଜନତାଙ୍କୁ ସଂବୋଧିତ କରିଥିଲେ। ଏହି ଅବସରରେ ଓଡ଼ିଶାର କୃତବିଦ୍ୟ ବରପୁତ୍ର ଓ ସ୍ବନାମଧନ୍ୟ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ସମୁଚିତ ସମ୍ମାନ ପ୍ରଦାନ ଉଦ୍ଦେଶ୍ୟରେ ସେମାନଙ୍କ ଜନ୍ମସ୍ଥାନକୁ ସ୍ମାରକୀ ଘୋଷଣା ଭାବେ ଘୋଷଣା କରାଯାଇଥିଲା। ବରପୁତ୍ର ସମ୍ମାନ ଯୋଜନାରେ ଭଞ୍ଜନଗର ବ୍ଲକ ସାନକୋଦଣ୍ଡା ପଞ୍ଚାୟତ ବିଞ୍ଝଗିରି ଚଣ୍ଡୀ ପଡିଆଠାରେ ସୁଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ଚକରା ବିଷୋୟୀଙ୍କ ଜନ୍ମସ୍ଥାନକୁ ଆଭାସୀ ମାଧ୍ୟମରେ ସ୍ମାରକୀ ଘୋଷଣା କରାଯାଇଥିଲା।ବରପୁତ୍ର ସମ୍ମାନ ଯୋଜନାରେ ଭଞ୍ଜନଗରର ବିଞ୍ଝଗିରି ଗ୍ରାମକୁ ସ୍ମାରକୀ ଭାବେ ଘୋଷଣା ପରେ ଅଞ୍ଚଳ ରେ ଖୁସିର ଲହରୀ ଖେଳି ଯାଇଛି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ବିଚିତ୍ରା ନନ୍ଦ ଦାସ, କୃତିବାସ ବିଶ୍ୱାଳ, କବି ପ୍ରସନ୍ନ ମହାନ୍ତି, ଶିକ୍ଷକ ନେତା ଜଗବନ୍ଧୁ ଜେନା,ସନ୍ତୋଷ ଜେନା,ସୁବାଷ ଚନ୍ଦ୍ର ପ୍ରଧାନଙ୍କ ସମେତ ବହୁ ଲେଖାକ ଓ ଐତିହାସିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚକରା ବିଷୋୟୀଙ୍କ କୃତିତ୍ୱ ବାବଦରେ ବକ୍ତବ୍ୟ ରଖିଥିଲେ।

ଚକରା ବିଷୋୟୀ ବ୍ରିଟିଶ ଶାସକଙ୍କ ବିରୋଧରେ ଲଢ଼େଇ କରି ନିଜର ସାହସିକତା ପରିଚୟ ଦେଇଥିଲେ। ଭାଜପା ସରକାର ଆସିବା ପରେ ଭଞ୍ଜନଗର ମାନ୍ୟବର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଉଦ୍ୟମ କ୍ରମେ ବର୍ତ୍ତମାନ ଘୁମୁସର ଇତିହାସ ଦେଶ ବିଦେଶରେ ପ୍ରଚାର ପୁଣି ଆରମ୍ଭ ହୋଇଛି। ଯାହାକି ଘୁମୁସରବାସୀଙ୍କ ପାଇଁ ଗର୍ବର ବିଷୟ।

କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏମ୍,ମଧୁମିତା,ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ବିଡ଼ିଓ ଭାରତୀ ଦେବୀ, ଏବିଡିଓ ପୁର୍ଣ୍ଣଚନ୍ଦ୍ର ପାଢୀ, ଅତିରିକ୍ତ ତହସିଲଦାର ଅବିନାଶ ମାହାର, ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି, ଡେପୁଟି କଲେକ୍ଟର ସୁମନ ଘୋଷ,ସାନକୋଦଣ୍ଡା ସରପଞ୍ଚ ଲକ୍ଷ୍ମଣ ନାଇକ, ବଡକୋଦଣ୍ଡା ସରପଞ୍ଚ ରେସ୍ମା କୁମାରୀ ନାୟକ, ସମିତିସଭ୍ୟ ମନୋଜ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ବ୍ଲକ ସାସଂଦ ପ୍ରତିନିଧି ରବିନ୍ଦ୍ର କୁମାର ଗୌଡ଼ ଓ ନଗର ସାସଂଦ ପ୍ରତିନିଧି ସନ୍ତୋଷ ତିଆଡି ସଂଯୋଜନା କରିଥିଲେ।

(ରିପୋର୍ଟ- ଜେ.କେ.ପଟ୍ଟନାୟକ)

Comments (0)
Add Comment