ଘୋଡାପଲାଣ ଉ.ପ୍ରା. ବିଦ୍ୟାଳୟରେ ସରସ୍ଵତୀ ପୂଜା ପାଳିତ ।

ପୋଲସରା ,୦୨/୦୨(ପିପିଟି): ପୋଲସରା ବ୍ଲକ ଏଵଂ ଏନଏସିର ବିଭିନ୍ନ ସ୍ଥାନରେ ସରସ୍ଵତୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି। ଏହିକ୍ରମରେ ଏହି ବ୍ଲକ୍ ଅନ୍ତର୍ଗତ ଘୋଡାପଲାଣ ଗ୍ରାମ ସ୍ଥିତ ଉ. ପ୍ରା. ବିଦ୍ୟାଳୟରେ ବିଦ୍ୟାଦାତ୍ରୀ ମା ସରସ୍ବତୀଙ୍କ ପୂଜା ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଛାତ୍ର, ଛାତ୍ରୀ ମାନଙ୍କ ଦ୍ଵାରା ଅନୁଷ୍ଠିତ କରାଯାଇଛି। ଏଥିରେ କର୍ତ୍ତାରୂପେ ରଞ୍ଜନ କୁମାର ଦାସ ଓ ମାମିନି ଦାସ ଦମ୍ପତି ଯୋଗଦେଇଥିଲେ। ମା’ଙ୍କ ସୁନ୍ଦର ପ୍ରତିମୂର୍ତ୍ତିଟିକୁ ବିଦ୍ୟାଳୟର ଶିକ୍ଷକ ସୁକାନ୍ତ କୁମାର ବିଷୋୟୀ ନିଜର ସ୍ଵ ହସ୍ତରେ ନିର୍ମାଣ କରିଥିଲେ। ପୁରୋହିତ ସନ୍ତୋଷ କୁମାର ମିଶ୍ର ମା’ଙ୍କ ବିଧିବିଧାନ ଓ ନୀତିନିୟମ ପ୍ରକାରେ ପୂଜା ଅର୍ଚ୍ଚନା କରିଥିବାବେଳେ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ସେଠୀ, ପଦ୍ମ କୁମାର ପ୍ରଧାନ, ଅନିଲ କୁମାର ଡାକୁଆ, ରୁଦ୍ର ପ୍ରସନ୍ନ ପତି, ଶଙ୍କର କୁମାର ପ୍ରଧାନ, ଅକ୍ଷୟ କୁମାର ପ୍ରଧାନ ଏବଂ ସୁବୋଧ କୁମାର ସାହୁ ପ୍ରମୁଖ ଶିକ୍ଷକମାନେ ଉପସ୍ଥିତ ସହଯୋଗ କରିଥିଲେ। ଏହି ସମୟରେ ଛାତ୍ରଛାତ୍ରୀ ମାନଙ୍କ ସମେତ ଅଭିଭାବଙ୍କ ମଣ୍ଡଳୀ ଏଵଂ କର୍ମକର୍ତ୍ତାବୃନ୍ଦ ଉପସ୍ଥିତ ଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment