ଘୋଡ଼ାହାଡ଼ ନଦୀରେ ଭାସମାନ ଅବସ୍ଥାରେ ଅଜଣା ଲୋକର ମୃତ ଦେହ,ଅଞ୍ଚଳରେ ଭୟର ବାତାବରଣ ।

ସାନଖେମୁଣ୍ଡି,୦୪/୦୮(ପିପିଟି): ପାଟପୁର ଥାନା ଅଧୀନସ୍ଥ ଏରେଣ୍ଡ୍ରା ପଥରପୁଞ୍ଜି ପୁରୁଣା ଶଙ୍ଖ ନିକଟରେ ଆଜି ସକାଳୁ ଏକ ଅଜଣା ଲୋକର ମୃତ ଦେହ ଭାସୁଥିବା ନଜରକୁ ଆସିଛି । ସୂଚନା ଅନୁସାରେ ଆଜି ସକାଳୁ କିଛି ଲୋକ ଗାଧୋଇବାକୁ ନଦୀକୁ ଯାଉଥିବା ବେଳେ ଶଙ୍ଖ ତଳେ ମୃତ ଶରୀରକୁ ଦେଖିଥିଲେ । ଏହି ମୃତ ଶରୀର କାହାର ଏବଂ କେଉଁଠୁ ଆସିଲା ତାହା ତଦନ୍ତ ସାପେକ୍ଷ । ବର୍ତ୍ତମାନ ମୃତ ଶରୀରଟି ଭାସି ଭାସି ନଦୀରେ ଯାଉଥିବା ଦେଖିବାକୁ ମିଳିଛି । ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।
(ରିପୋର୍ଟ- ଆରତ କୁମାର ହୋତା। )

Comments (0)
Add Comment