ପୋଲସରା,୦୪/୦୩(ପିପିଟି): ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଓଡ଼ିଆ ଭାଷା ସାହିତ୍ୟ କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” ବାଲିପଦର ପକ୍ଷରୁ ୧୫୯ତମ ସାହିତ୍ୟ ଆଲୋଚନା ଚକ୍ର ଓ କବିତା ଆସର ବାଲିପଦରର ଅନନ୍ତ ନଗରରେ ଅନୁଷ୍ଠିତ ହୋଇଯାଇଛି। “ଘୁମୁସର ର ସ୍ୱର” ର ସଭାପତି ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ କବି ପଦ୍ମଲୋଚନ ଗୌଡ଼, କେ. ରାଘବ ପାତ୍ର, କୈଳାଶ ଚନ୍ଦ୍ର ପ୍ରଧାନ, ଖଲି ପରିଡା, ତିରୁପତି ନାୟକ ଯୋଗଦେଇ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ଜନ୍ମ ଜୟନ୍ତୀରେ ତାଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିବା ସହ ହରେକୃଷ୍ଣ ହରେ ରାମ ମହାମନ୍ତ୍ର ହିଁ କଳିଯୁଗର ମଣିଷ ମନକୁ ଆୟତ କରି ପାରିବ ବୋଲି ମତ ପ୍ରକାଶ କରିଥିଲେ। ସଂପ୍ରତି ମଧ୍ଯ ପ୍ରାଚ୍ୟ ଦେଶରେ ସ୍ରୁଷ୍ଟି ହୋଇଥିବା ଯୁଦ୍ଧର ପରିସ୍ଥିତି ଆଧ୍ଯାତ୍ମିକତା ଓ ସ୍ଥିତପ୍ରଜ୍ଞର ଅଭାବ କାରଣରୁ ଘଟୁଛି। ଏଣୁ ସଂଯମତା ଜରୁରୀ ଆବଶ୍ଯକ ବୋଲି ପ୍ରକାଶ କରିଥିଲେ। ଚନ୍ଦ୍ର ଗ୍ରହଣ କାରଣରୁ କେତୋଟି ଦୀର୍ଘ କବିତା ଆବୃତ୍ତି କରାଯାଇ କାର୍ଯ୍ୟକ୍ରମ ସମାପ୍ତି କରାଯାଇଥିଲା। ଶେଷରେ ରାଘବ ଚରଣ ପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା