ଘୁମୁସର ର ସ୍ବର ପକ୍ଷରୁ ୧୪୯ତମ ସାହିତ୍ୟ ଆଲୋଚନା ।

ପୋଲସରା, ୧୫/୦୫(ପିପିଟି): ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ, ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” ପକ୍ଷରୁ ପବିତ୍ର ବୁଦ୍ଧ ପୂର୍ଣ୍ଣିମା ଅବସରରେ ୧୪୯ତମ ସାହିତ୍ୟ ଆଲୋଚନା ଚକ୍ର ପ୍ରତିଷ୍ଠାନର କାର୍ଯାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ସଙ୍ଗଠନର ସଭାପତି ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଅତିଥି ଭାବେ ସମାଜସେବୀ କିଶୋର ଜେନା, ରିଷିପୁର ହାଇସ୍କୁଲର ସହକାରୀ ଶିକ୍ଷକ ଅନୁପ ମହାନ୍ତି, ବାଲିପଦର ହାଇସ୍କୁଲର ପ୍ରଧାନ ଶିକ୍ଷକ ଇ. ନିଳାଚଳ ପାତ୍ର, ଗୀତାଜ୍ଞାନ ବିତରକ ରାଜ ଗୋପାଳ ନାୟକ, ଖଲି ପରିଡ଼ା, କେ.ରାଘବ ପାତ୍ର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରି ବୁଦ୍ଧଦେବ ଶାନ୍ତି ମୈତ୍ରୀର ପ୍ରତୀକ ବୋଲି ପ୍ରକାଶ କରିଥିଲେ। ବୁଦ୍ଧଙ୍କ ଦର୍ଶନରେ ଯୁବପିଢି ଅନୁପ୍ରାଣିତ ହେବାପାଇଁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ଯରେ ନିରଞ୍ଜନ ପାତ୍ର, ଧୋବାସାହୁ, ସଞ୍ଜୟ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ କେ.ରାଘବ ପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment