ଘୁମୁସର ବରିଷ୍ଠ ନାଗରୀକ ମଞ୍ଚ ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା।

ଭଞ୍ଜନଗର, ୨୧/୦୮ପିପିଟି):ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଚକ୍ଷୁ ବିଭାଗ ପରିସରରେ ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ ମାନଙ୍କର ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରକୁ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ବିଧିବଦ୍ଧ ଭାବେ ଉଦଘାଟନ କରିଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଉପ ବିଭାଗୀୟ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଘୁମୁସର ବରିଷ୍ଠ ନାଗରୀକ ମଞ୍ଚର ସଭାପତି ସୋମନାଥ ନାୟକ ଉପସ୍ଥିତ ଥିଲେ। ଉପଜିଲ୍ଲାପାଳ ବରିଷ୍ଠ ନାଗରୀକମାନଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଆରୋପ କରିଥିବା ବେଳେ ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ବରିଷ୍ଠ ନାଗରୀକମାନଙ୍କ ଚିକିତ୍ସା ପାଇଁ ବର୍ହି ଚିକିତ୍ସା ସକାଶେ ଲାଇନରେ ନ ରହି ସିଧାସଳଖ ଚିକିତ୍ସା କରାଇବା ପାଇଁ ପତିଶୃତି ଦେଇଥିଲେ। ଚିକିତ୍ସକ ମାନଙ୍କ ମଧ୍ୟରେ ଡ଼ଃ ପ୍ରଣବାନନ୍ଦ ପାତ୍ର ଭେଷଜ ବିଭାଗ, ଡ଼ଃ ଅନିଲ କୁମାର ଚୌଧୁରୀ ଦନ୍ତ ବିଭାଗ ଓ ପୁରୁଷୋତ୍ତମ ସ୍ୱାଇଁ ଅସ୍ଥିଶଲ୍ୟ ବିଭାଗ ଉପସ୍ଥିତ ରହି ବରିଷ୍ଠ ନାଗରୀକ ମାନଙ୍କର ଚିକିତ୍ସା କରିଥିଲେ। ଶେଷରେ ବରିଷ୍ଠ ନାଗରୀକ ଶିବରାମ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ୍-(ଜେ.କେ ପଟ୍ଟନାୟକ)

Comments (0)
Add Comment