ଘୁଙ୍ଗିନାଳ ବ୍ରିଜ ଉପରେ ୪ ଫୁଟ ପାଣି ପ୍ରବାହିତ ।

ସୁବର୍ଣ୍ଣପୁର ,୦୩/୦୭(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ପଞ୍ଚାୟତ ଘୁଙ୍ଗିନାଳ ବ୍ରିଜ ଉପରେ ୪ ଫୁଟ ପାଣି ପ୍ରବାହିତ ହେଉଛି । ଏହି ବର୍ଷ ପ୍ରଥମ ବନ୍ୟା ଜଳ ଉକ୍ତ ବ୍ରିଜ ଉପରେ ପ୍ରବାହିତ ହେଉଥିବାବେଳେ ବୀରମହାରାଜପୁର ରୁ ଅମରପାଲି ଦେଇ ସମ୍ବଲପୁର କୁ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ପ୍ରତି ବର୍ଷ ଉକ୍ତ ବ୍ରିଜ ଉପରେ ଅସରାଏ ବର୍ଷା ହେଲେ ବ୍ରିଜ ଉପରେ ୪/୫ଫୁଟ ପାଣି ପ୍ରବାହିତ ହୋଇଥାଏ । ଉକ୍ତ ବ୍ରିଜ ପାଇଁ ସମସ୍ତ ପ୍ରକ୍ରିୟା କାର୍ଯ୍ୟ ସରିଥିଲେ ମଧ୍ୟ ସରକାର ଙ୍କ ଅବହେଳା ଯୋଗୁଁ ବ୍ରିଜ କାମ ଆରମ୍ଭ ହୋଇପାରୁନାହିଁ । ଚଳିତ ବର୍ଷ ସ୍ଥାନୀୟ ବିଧାୟକ ଇଂ ରଘୁନାଥ ଜଗଦଳା ନିଜେ ଆସି ସବୁ ଦେଖି ବହୁଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି କହିଥିଲେ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ । ସରକାର ଉକ୍ତ ରାସ୍ତା ପାଇଁ ଉପଯୁକ୍ତ ବ୍ରିଜ ଟିଏ ନିର୍ମାଣ କରିବା ପାଇଁ ଅଞ୍ଚଳ ବାସୀ ଦାବୀ କରୁଛନ୍ତି ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment