ଘର ଭିତରୁ ବୋହୂର ଝୁଲନ୍ତା ଶବ ଉଦ୍ଧାର; ବାପ ଘର ଲୋକ ଆଣିଲେ ହତ୍ୟା ଅଭିଯୋଗ ।

ବେଲଗୁଣ୍ଠା,୧୪/୦୭(ପିପିଟି):ଆଜି ଗାଙ୍ଗପୁର ଥାନା ପଛପଟ ସାହିରେ ରହୁଥିବା ଅଭିମନ୍ୟୁ ମଳିକଙ୍କ ଉପର ମହଲା ଘରୁ ତାଙ୍କ ବଡ଼ ବୋହୁ ଝୂମୂରୀ ଓରଫ ଅନିତା ମଳିକଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ଅଭିମନ୍ୟୁଙ୍କ ପରିବାର ପକ୍ଷରୁ ବୋହୂ ଅନୀତା ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ଅନୀତାଙ୍କ ବାପ ଘର ପକ୍ଷରୁ ଏହା ଏକ ଯୌତୁକଜନିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରାଯାଇଛି । ସୂଚନା ପ୍ରକାରେ ଅନିତା ହେଉଛନ୍ତି ଗାଙ୍ଗପୁର ଥାନା ଅନ୍ତର୍ଗତ ଇନ୍ଦନପୁର ଗ୍ରାମର ସନ୍ତୋଷ ବିଷୋୟୀଙ୍କ ଝିଅ ଅନିତା ଚାରି ବର୍ଷ ତଳେ ଗାଙ୍ଗପୁର ଥାନା ପଛପଟେ ରହୁଥିବା ଅଭିମନ୍ୟୁ ସାହୁଙ୍କ ବଡ଼ ପୁଅ ସିଲୁ ମଳିକକୁ ବିବାହ କରିଥିଲେ । ଅନିତାଙ୍କ ଦୁଇ ବର୍ଷର କନ୍ୟା ସନ୍ତାନ ଥିବା ଜଣା ପଡ଼ିଛି I ସୂଚନା ପ୍ରକାରେ ଆଜି ସକାଳ ସାତ ଘଣ୍ଟା ତିରିଶ ମିନିଟ୍ ସମୟରେ ଅନିତା ଅଭିମନ୍ୟୁଙ୍କ ଉପର ମହଲାରେ ଝୁଲୁଥିବା ନେଇ ଜଣାପଡିଥିଲା । ଖବର ପାଇ ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ଏବଂ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ବେଲଗୁଣ୍ଠା ତହସିଲଦାର ଧରଣୀଧର ବେହେରା ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହିତ ବ୍ୟବଛେଦ ପାଇଁ ଭଞ୍ଜନଗର ମେଡିକାଲ୍ କୁ ପଠାଇଥିଲେ । ଘଟଣା ନେଇ ଅନୀତାଙ୍କ ବାପା ସନ୍ତୋଷ ତାଙ୍କ ଝିଅକୁ ଶଶୁର ଘର ଲୋକେ ଯୌତୁକ ନିର୍ଯାତନା ଦେଇ ମାରିଦେଇଥିବା ଅଭିଯୋଗ କରିଛନ୍ତି । ଅନୀତାଙ୍କ ବାପ ଘର ଲୋକେ କହିବା ପ୍ରକାରେ ସନ୍ତୋଷଙ୍କ ବିବାହ ସମୟରେ ଅନୀତାଙ୍କ ବାପ ଘର ପକ୍ଷରୁ ନଗଦ ୫୦୦୦୦ ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଦିଆଯାଇଥିଲା । କିନ୍ତୁ ସେତିକିରେ ଶଶୁର ଘର ଲୋକଙ୍କ ମନ ବୁଝିନଥିଲା । ସେମାନେ ଅନୀତାକୁ ଅଧିକ ଯୌତୁକ ଆଣିବା ପାଇଁ ବିଭିନ୍ନ ସମୟରେ ଚାପ ପକାଇବା ସହିତ ନିର୍ଯ୍ୟାତନା ମଧ୍ୟ ଦିଆ ଯାଉଥିଲା । ଏପିରିକି ଅନୀତାଙ୍କୁ ବାପା ଘର ଲୋକ ସହିତ ସମ୍ପର୍କ ନରଖିବା ପାଇଁ ଶଶୁର ଅଭିମନ୍ୟୁ ତାଗିଦ୍ କରୁଥିଲେ । ସନ୍ତୋଷଙ୍କ ଘର ଲୋକ ଅନୀତାଙ୍କୁ ଦେଖା କରିବାକୁ ଆସିଲେ ଶଶୁର ବାହାରପଟୁ ଚାବି ପକାଇଦେବା ସହ ଘରକୁ ଆସିଲେ ସନ୍ତୋଷଙ୍କ ପରିବାର ଲୋକ ନାମରେ ଚୋରି ମାମଲା ରୁଜୁ କରିବା ପାଇଁ ଧମକ ଦେଉଥିଲେ । ଏହା ସହିତ ଇନ୍ଦନପୁର ଗ୍ରାମର ସିଲୁଙ୍କ ମଉସା ଜଗନ୍ନାଥ ସ୍ୱାଇଁ, ମାଉସୀ ସବିତା ସ୍ୱାଇଁ ମଧ୍ୟ ବିଭିନ୍ନ ସମୟରେ ଅନୀତାଙ୍କ ବିରୁଦ୍ଧରେ ଅଭିମନ୍ୟୁଙ୍କୁ ଉସୁକାଉ ଥିବା ବିଭିନ୍ନ ସମୟରେ ଅନିତା ନିଜ ବାପା ଭାଇଙ୍କୁ ଜଣାଉଥିବା ସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ସନ୍ତୋଷ ଅନୀତାଙ୍କ ସ୍ୱାମୀ ରାଜେନ୍ଦ୍ର ଓରଫ ସିଲୁ, ଶଶୁର ଅଭିମନ୍ୟୁ ମଳିକ (୫୮),ଶାଶୁ ମାନୀ ମଳିକ (୫୪),ମଉସା ଶଶୁର ଜଗନ୍ନାଥ ସ୍ୱାଇଁ, ମାଉସୀ ଶାଶୁ ସବିତା ସ୍ୱାଇଁ ଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗ ପ୍ରକାରେ ଥାନାରେଏକ ମାମଲା ରୁଜୁ କରି ତଦନ୍ତ କରାଯାଉଥିବା ତଦନ୍ତକାରୀ ଅଧିକାରୀ ଏସ ଆଇ ସୁବ୍ରଜିତ ସାମନ୍ତରାୟ ପ୍ରକାଶ କରିଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment