ଘର ଟିକସ ବୃଦ୍ଧି ପ୍ରସଙ୍ଗ;ବର୍ଦ୍ଧିତ ଟିକସ ଆଦାୟ କରିପାରିବ ନାହିଁ ବ୍ରହ୍ମପୁର ପୌର ନିଗମ ।

ବ୍ରହ୍ମପୁର,୦୯/୦୬(ପିପିଟି)କୌଣସି ନିୟମ କାନୁନ କୁ ସମ୍ମାନ ନ ଜଣାଇ ମନ ଇଛା ଘର ପାନୁ ବୃଦ୍ଧି କରିଥିବା ବ୍ରହ୍ମପୁର ପୌରସଂସ୍ଥା ବର୍ଦ୍ଧିତ ଘର ପାନୁ ଆଦାୟ କରି ପାରିବ ନାହିଁ, ଅତଏବ ପୁରୁଣା ଦରରେ ଲୋକେ ଘର ପାନୁ ଦେବେ ବୋଲି ମାନ୍ୟବର ଓଡିଶା ହାଇକୋର୍ଟ ମଧ୍ୟବର୍ତ୍ତୀ କାଳୀନ ତାଙ୍କ ରାୟରେ ପ୍ରକାଶ କରିଛନ୍ତି । କଂଗ୍ରେସ ନେତା ତଥା ଆଇନଜୀବି ପୀତବାସ ପଣ୍ଡାଙ୍କ ଏକ ରିଟ ପିଟିସନ କୁ ବିଚାରକୁ ନେଇ ଅଦାଲତ ବ୍ରହ୍ମପୁର ମହାନଗର ନିଗମକୁ ଏହି ଆଦେଶ ଦେବାସହ ଲୋକଙ୍କ ଠାରୁ କାହିଁକି ୟୁଜ୍ୱର୍ସ ଫିଜ ଆଦାୟ କରାଯାଉଛି ତାହାର କାରଣ ଦର୍ଶାଇବାକୁ ରାଜ୍ୟସରକାର ଓ ମହାନଗର ନିଗମକୁ ନୋଟିସ ଜାରି କରିଛନ୍ତି । ଏଠାରେ ଉଲେଖ ଯୋଗ୍ୟଜେ ବ୍ରହ୍ମପୁର ମହାନଗର ନିଗମ ବିନା କୌଣସି ଜନ ଶୁଣାଣି କିମ୍ବା ପୌର ପରିଷଦର ଅନୁମୋଦନ ନ ଥାଇ ଘର ପାନୁକୁ ପ୍ରାୟ ସତ ପ୍ରତିଶତ ବୃଦ୍ଧି କରିଥିଲେ ଓ ନୁଆଁ ୟୁଜ୍ୱର୍ସ ଫିଜ ଲାଗୁ କରି ଥିଲେ ଏହା ବିରୁଦ୍ଧରେ କଂଗ୍ରେସ ନେତା ତଥା ଆଇନଜୀବି ପୀତବାସ ପଣ୍ଡା ଆନ୍ଦୋଳନ କରିବା ସହ ନିଯେ ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟଳୟର ଦ୍ଵାରସ୍ତ ହୋଇଥିଲେ । ମାନ୍ୟବର ନ୍ୟାୟଳୟ ନିକଟରେ ଥିବା ସମସ୍ତ କାଗଜ ପାତ୍ର ଉପରେ ତର୍ଜମା କରିବା ପରେ ଉଚ୍ଚ ନ୍ୟାୟଳୟ ଏହି ଆଦେଶ ଦେଇ ଥିବା ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି । ଏହା ସହ ଏହି ଆଦେଶକୁ ଶ୍ରୀ ପଣ୍ଡା ସ୍ୱାଗତ କରିବା ସହ ନବୀନ ସରକାର ନିଜର ସମସ୍ତ ଜନ ବିରୋଧୀ କାର୍ଯ୍ୟକୁ ବ୍ରହ୍ମପୁରବାସୀଙ୍କ ଉପରେ ପ୍ରୟୋଗ କରିବାର ଅପଚେଷ୍ଟାକୁ ଏକ ଧକ୍କା ବୋଲି କହିବା ସହ ଏହା ବ୍ରହ୍ମପୁର ବାସୀଙ୍କ ବିଜୟ ବୋଲି କହିଛନ୍ତି ଆଡ଼ଭୋକେଟ ସିଦ୍ଧାର୍ଥ ଦାସ ଏହି ମକଦମା ପରିଚାଳନା କରୁଛନ୍ତି ।

Comments (0)
Add Comment