ଘରୋଇ ବ୍ୟବାସୀୟଙ୍କ ବିରୋଧରେ ଅଭିଯୋଗ ଆଣିଲେ କେନ୍ଦୁପତ୍ର ତୋଳାଳୀ , ମିଳୁନି ଉପଯୁକ୍ତ ଦର ।

ମାଲକାନଗିରି,୧୯/୦୪(ପିପିଟି): ଗ୍ରୀଷ୍ମ ଋତୁରେ ମାଲକାନଗିରି ଜିଲ୍ଲାରେ ଆଦିବାସୀ ଲୋକମାନଙ୍କ ଆର୍ଥିକ ରୋଜଗାରର ଏକ ମାତ୍ର ମାନଦଣ୍ଡ ହେଉଛି କେନ୍ଦୁ ପତ୍ର ତୋଳି ବିକ୍ରୟ କରି ଜୀବିକାର୍ଜନ କରିବା। ଚଳିତ ବର୍ଷ ସରକାରୀ ଦର ଶହେ ବିଡ଼ା ପିଛା ୨୮୦ ଟଙ୍କା ଓ ଏହାସହ ବୋନସ ରହିଥିବା ବେଳେ ଛତା, ଜୋତା, ପିଲାଙ୍କ ପାଠପଢା ସହିତ ତୋଳାଳୀଙ୍କ ମୃତ୍ୟୁ ଘଟିଲେ ସହାୟତା ରାଶିର ବ୍ୟବସ୍ଥା ରହିଛି । କିନ୍ତୁ ଅନ୍ୟପଟେ ଘରୋଇ ପତ୍ର ବ୍ୟବସାୟୀମାନେ ତୋଳାଳୀଙ୍କୁ କେବଳ ନଗଦ ଟଙ୍କା ପ୍ରଦାନ ବ୍ୟତିତ ଅନ୍ୟ କୌଣସି ସୁବିଧା ଦେଉ ନଥିବା ଜଣାପଡିଛି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଅନେକ କମ ଦରରେ କେନ୍ଦୁ ପତ୍ର କିଣୁଥିବାରୁ ପଦ୍ମଗିରି, ଝରାପାଲ୍ଲୀ, ଉଡୁପା ଏବଂ ପେଡାକୋଣ୍ଡା ଆଦି ଚାରି ପଞ୍ଚାୟତରୁ ଜନସାଧାକଣ ଏକତ୍ରିତ ହୋଇ ଘରୋଇ ବ୍ଯବସାୟୀଙ୍କ ବିରୁଧରେ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି । ଏପରି ମନମୁଖୀ ଦରରେ ପତ୍ର କିଣାକୁ ତୀବ୍ର ବିରୋଧ କରାଯାଇଛି । ଏହା ଆଦିବାସୀ ଲୋକମାନଙ୍କ ଜୀବନ ଜୀବିକା ଉପରେ ସିଧା ପ୍ରହାର ମନେକରି ଆଜି ପଦ୍ମଗିରି ଠାରେ ଚାରି ପଞ୍ଚାୟତର କେନ୍ଦୁପତ୍ର ତୋଳାଳି ମାନଙ୍କୁ ନେଇ ଏକ ବିରାଟ ବୈଠକ ଆୟୋଜିତ ହୋଇ ସ୍ୱତନ୍ତ୍ର କମିଟି ଗଠନ କରାଯାଇଥିଲା । ଉକ୍ତ ବୈଠକରେ ସଭାପତି କୃଷ୍ଣ ମାଡକାମି, ଉପସଭାପତି ଶାନ୍ତି ମାଖଲ, ସଂପାଦକ ସୁନାଧର ପଡ଼ିଆମି, ରାମ ମାଡ଼ି ଏବଂ ଅନ୍ୟାନ୍ୟ ସ୍ଥାନୀୟ ଅଞ୍ଚଳବାସୀ ବୈଠକରେ ଉପସ୍ଥିତ ରହି ସମସ୍ତ ସମସ୍ୟା ଉପରେ ଆଲୋଚନା କରିଥିଲେ । ଚଳିତ ବର୍ଷ କେନ୍ଦୁପତ୍ର ତୋଳାଳୀଙ୍କ ପ୍ରତି ହେଉଥିବା ଶୋଷଣକୁ କଡ଼ା ନିନ୍ଦାକରି ଏକ ଲିଖିତ ଅଭିଯୋଗ ଜିଲ୍ଲାପାଳ ଓ ବନବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରିବା ସହ ପ୍ରଶାସନ ଓ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ।ଯଦି ଏହାର ତୁରନ୍ତ ସମାଧାନ ନକରାଯାଏ ସଂଘ ରାଜ ରାସ୍ତାରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment