ଘରୋଇ ବସରୁ ଗଞ୍ଜେଇ ଜବତ; ଜଣେ ଗିରଫ ।

ଭଞ୍ଜନଗର,୨୨/୦୪(ପିପିଟି): ଭଞ୍ଜନଗର ଥାନା ଅଧୀନ ଫରେଷ୍ଟ ଗେଟ୍ ନିକଟରୁ ଶୁକ୍ରବାର ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଇ ଏକ ଘରୋଇ ବସରୁ ଗଞ୍ଜେଇ ଜବତ କରାଯାଇଛି। ବାଲିଗୁଡାରୁ ଭୂବନେଶ୍ବର ଅଭିମୁଖେ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସରୁ ୧୦ କେଜି ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ ଚାଲାଣକାରୀକୁ କାବୁ କରିବାରେ ସକ୍ଷମ ହୋଇଛି। ଏଥିସହ ବେଆଇନ ଭାବେ ଗଞ୍ଜେଇ ଚାଲାଣ କରିବା ଅଭିଯୋଗରେ ଜଣେ ଅଭିଯୁକ୍ତ ମନୋଜ ଦିଗାଲକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଓଆଇସି ରମ୍ଭା ବାଗ୍ ସୂଚନା ଦେଇଛନ୍ତି। ଏନେଇ କେଶ ନଂ ୭/୨୨ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିବା ଜଣାପଡିଛି। ଗତ କିଛି ଦିନ ଧରି ନିୟମିତ ବ୍ୟବଧାନରେ କନ୍ଧମାଳରୁ ଭଞ୍ଜନଗର ରାସ୍ତଦେଇ ଭୂବନେଶ୍ବର ଓ କଲିକତାକୁ ବିଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡ଼ିଛି। ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଚାଲାଣକୁ ରୋକିବା ଦିଗରେ କଡା ପଦକ୍ଷେପ ଗ୍ରହଣ କରାଯିବା ସହ ଧରପଗଡକୁ ଜୋଜରଦାର କରାଯାଇଛି। ବଡ଼ ଗାଡି ଅପେକ୍ଷା ବାଇକରେ ଅଧିକାଂଶ ସମୟରେ ଗଞ୍ଜେଇ ଚାଲାଣ ହେଉଥିବାରୁ ସେମାନଙ୍କୁ ପିଛା କରିବା ସମୟରେ ଦୁର୍ଘଟଣାର ଅଧିକ ସମ୍ଭାବନା ରହୁଥିବାରୁ ଅନେକ ସମୟରେ ଅବକାରୀ ଓ ପୁଲିସ୍ କବଳରୁ ସେମାନେ ଖସି ପଳାଇବାକୁ ସକ୍ଷମ ହେଉଛନ୍ତି। ଆଜିର ଏହି ଚଢଉରେ ଅବକାରୀ ଏଏସ୍ଆଇ ରାମେଶ୍ବର ବେହେରା, ଜଗନ୍ନାଥ ମହାପାତ୍ର, ସନାତନ ନାହାକ, କ୍ରିଷ୍ଣଚନ୍ଦ୍ର ସେଠୀ,ସୁବଳ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment