ଘରପୋଡି ମାମଲା ଦଣ୍ଡାଦେଶ ।

ବାସୁଦେବପୁର,୧୪/୧୦:ଘରପୋଡି ଦେବା ଓ ଜୀବନରୁ ମାରିଦେବା ଉଦେଶ୍ୟ ମୂଳକ ଘଟଣାର ବିଚାର କରି ମାନ୍ୟବର ଅଦାଲତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦଣ୍ଡାଦେଶ ଶୁଣାଇଛନ୍ତି । ଅଭିଯୁକ୍ତ ଜଣକ ଇରମ ଗ୍ରାମର ଯଦୁ ବେହେରାଙ୍କ ବିରୁଦ୍ଧେ ଭାରତୀୟ ପିଙ୍ଗଳକୋର୍ଟ ଦଫା ୪୩୬ ବଳରେ ତିନିବର୍ଷ ଦଣ୍ଡାଦେଶ ଶୁଣାଇଥିବା ଜାଣିବାକୁ ମିଳିଛି । ଘଟଣାରୁ ପ୍ରକାଶ, ୨୦୨୩ ମସିହା ଡିସେମ୍ବର ମାସ ତେର ତାରିଖ ରାତିରେ ଇରମ ରଥପଦାରେ ଥିବା ପଦ୍ମନାଭ ଦାଶଙ୍କ ଭଡା ସୁତ୍ରରେ ଲାଗିଥିବା ୧୮ଗୋଟି ଦୋକାନ ଘରେ ଅଭିଯୁକ୍ତ ଜଣକ ନିଆଁ ଲଗାଇ ଦେଇଥିଲେ । ଧାମରା ଓ ବାସୁଦେବପୁର ଅଗ୍ନୀଶମ ବାହିନୀ ନିଆଁକୁ ଆୟତ୍ତ କରିପାରିନଥିଲେ । ଫଳରେ ପନ୍ଦରଗୋଟି ଦୋକାନ ଘରର ଆନୁମାନିକ ପଚାଶଲକ୍ଷଟଙ୍କା ମୂଲ୍ୟର ପୋଡିଜଳି ପାଉଁଶ ହୋଇଯାଇଥିଲା । ଏହିକ୍ରମରେ ରାମଚନ୍ଦ୍ର ବେହେରା ନାମକ ଜଣେ ଦୋକାନୀ କ୍ଷତାକ୍ତ ହୋଇ ବାସୁଦେବପୁର ଡାକ୍ତରଖନାରେ ଚିକିତ୍ସିତ ହୋଇଥିଲେ । ଏହି ଘଟଣାକୁ ନେଇ ଘର ମାଲିକଙ୍କ ପୁଅ କ୍ଷୀରୋଦ ଦାଶଙ୍କ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗକୁ ଆଧାର କରି ୪୩୬,୩୦୭ ଓ୫୦୬ ବଳରେ ମାମଲା ନଂ ୭୩୩/୨୩ ମ଼ୂଳେ ଘଟଣାର ତଦନ୍ତ କରାଯାଇ ଚାର୍ଜ୍ୟସିଟକୁ ପୋଲିସ ମାନ୍ୟବର ଅଦାଲତରେ ଦାଖଲ କରିଥିଲା । ଦଶଜଣ ସାକ୍ଷ୍ୟଙ୍କ ବୟାନ ରେକର୍ଡ କରିବା ପରେ ସହକାରୀ ଦୈାରାଜଜ ଗୁରୁଚରଣ ଜେନାମଣି ଦଣ୍ଡାଦେଶ ପ୍ରଦାନ କରିଥିଲେ । ସରକାରଙ୍କ ପକ୍ଷରୁ ଆଡସିନାଲ ପିପି କମଳାକାନ୍ତ ମହାପାତ୍ର ଓ ଯୁବ ଆଇନଜୀବୀ ନୀରଦ କୁମାର ଦାଶ ମାମଲା ପରିଚାଳନା କରିଥିଲେ । ସେହିପରି ଅଭିଯୟକ୍ତଙ୍କ ପକ୍ଷରୁ ଆଇନଜୀବୀ ଲକ୍ଷ୍ମୀବ୍ରତ ମଲ୍ଲିକ ମାମଲା ପରିଚାଳନା କରିଥିଲେ ।

Comments (0)
Add Comment