ଭଞ୍ଜନଗର,୦୬/୦୩(ପିପିଟି): ଆମ ଦେଶର ବହୁ ଜନସାଧାରଣ ନିଜ ଭବିଷ୍ୟତ କୁ ଦୃଷ୍ଟିରେ ରଖି ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ଜୀବନ ବୀମା ନିଗମ ସଂସ୍ଥାରେ ନିଜ ସଞ୍ଚିତ ଅର୍ଥକୁ ଜମା କରିଛନ୍ତି । ହେଲେ ଏହାର ଫାଇଦା ଉଠାଇ ନିରୀହ ଜନସାଧାରଣଙ୍କ ବିଶ୍ୱାସରେ ବିଷ ଦେଇ ସେମାନଙ୍କ କଷ୍ଟର୍ଜିତ ଟଙ୍କାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶିଳ୍ପପତି ବନ୍ଧୁ ଆଦାନୀଙ୍କୁ ଦେବା ଓ ଏହି ଅର୍ଥକୁ ଭରଣ କରିବା ପାଇଁ ଜନସାଧାରଣଙ୍କ ଉପରେ ଗ୍ୟାସ ଦରକୁ ଅଧିକ ପଚାଶ ଟଙ୍କା ବଢାଇ ବୋଝ ଲଦି ଦେଇଛନ୍ତି। ଯାହା ଫଳରେ ବହୁ ଗରୀବ ଓ ସାଧାରଣ ଶ୍ରେଣୀର ଲୋକମାନେ ହଇରାଣ ହରକତ ହେଉଛନ୍ତି। ଏହା ବିରୁଦ୍ଧରେ କଂଗ୍ରେସ ପକ୍ଷରୁ SBI ଓ LIC କାର୍ଯ୍ୟାଳୟ ସମୁଖରେ ଆନ୍ଦୋଳନ ଆରମ୍ଭ ହୋଇଛି। ପିସିସି ସଭ୍ୟ ଦେବୀପ୍ରସାଦ ବିଷୋୟୀ, ଗଞ୍ଜାମ ଜିଲ୍ଲା କଂଗ୍ରେସ ସମ୍ପାଦକ ଜବାହାରଲାଲ ସାହୁ, ଜଗନ୍ନାଥପ୍ରସାଦ ବ୍ଲକ ସଭାପତି ବିଦ୍ୟାଧର ପ୍ରଧାନ, ଗଞ୍ଜାମ ଜିଲ୍ଲା କଂଗ୍ରେସ ଓପିସିସି ସୋସିଆଲ ମିଡ଼ିଆ ସହ ସମ୍ପାଦକ ରଜନୀକାନ୍ତ ବିଶ୍ୱାଳ, ଭଞ୍ଜନଗର ଛାତ୍ର କଂଗ୍ରେସ ସଭାପତି ବିନାୟକ ପାଣିଗ୍ରାହୀ, ଭଞ୍ଜନଗର ଯୁବନେତା ମଣ୍ଟୁ ଭାଇ, ଭଞ୍ଜନଗର ନଗର ସଭାପତି ସନ୍ତୋଷ କୁମାର ଦିଗାଲ, ଭାସ୍କର ପତି, ଅଶ୍ୱିନୀ ଭୂୟାଁ,ସଚି ପ୍ରଧାନ, ବିକ୍ରମ ବିଷୋୟୀ ଏବଂ ଅନ୍ୟ କଂଗ୍ରେସ କର୍ମୀମାନେ କାର୍ଯ୍ୟାଳୟ ସାମ୍ନାରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
(ରିପୋର୍ଟ- ଜେକେ ପଟ୍ଟନାୟକ। )