ନୀଳଗିରି,୨୧/୦୯ : ନୀଳଗିରିସ୍ଥିତ ମହାଲକ୍ଷ୍ମୀ ଭାରତ ଗ୍ୟାସର କର୍ମଚାରୀ ତଥା ମିରିଗିଣି ନିକଟ ଛୋଟକାନପୁର ଗାଁର ସନ୍ତୁ ଓରଫ ସନ୍ତୋଷ ଜେନା(୪୫)ଙ୍କ ଅକାଳ ବିୟୋଗ ଘଟିଛି । ସେ ଦୀର୍ଘ ବର୍ଷ ଧରି ଉକ୍ତ ଗ୍ୟାସ କମ୍ପାନୀର ବାହକଭାବେ କାର୍ଯ୍ୟରତ ଥିଲେ । କିଛିଦିନ ପୂର୍ବରୁ ହଠାତ ତାଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ଚିକିତ୍ସା କରାଇଥିଲେ । ଆଜି ହୃଦଘାତରେ ତାଙ୍କର ପରଲୋକ ଘଟିଛି । ସମ୍ପୃକ୍ତ ବ୍ୟକ୍ତି ଜଣକ ଅତ୍ୟନ୍ତ ମେଳାପି ତଥା ପରୋପକାରୀ ପ୍ରକୃତିର ଥିଲେ । ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି । ସହକର୍ମୀ ଓ ଅଞ୍ଚଳବାସୀ ଆଜି ନୀଳଗିରି ଡାକ୍ତରଖାନାରୁ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ଆଣିଥିଲେ । ବଜାର ଓ ଗ୍ରାମ ପରିକ୍ରମା କରାଯିବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।