ଗ୍ଳୋବାଲ୍ ଗାନ୍ଧୀ ରତ୍ନ ଆଓ୍ବାର୍ଡ – ୨୦୨୨ ପାଇଲେ ଶିକ୍ଷକ କରୁଣାକର ।

ମାଲକାନଗିରି,୦୨/୧୦(ପିପିଟି):
ବୃତ୍ତି ନେଇ କର୍ମ ସମସ୍ତେ କରନ୍ତି। କିନ୍ତୁ ବୃତ୍ତି ସହିତ ସମାଜର ମଙ୍ଗଳ କାମନା,ସେବା, ପରିବେଶ, ସାରସ୍ଵତ ସାଧନା ଏସବୁ କାର୍ଯ୍ଯ କ୍ଵଚିତ୍ ଲୋକ କରିଥାନ୍ତି। ସେହିଭଳି ଜଣେ ନିର୍ଭିକ ବ୍ୟକ୍ତିତ୍ଵ, ଆଦର୍ଶ ଶିକ୍ଷକ, ସାରସ୍ଵତ ସାଧକ, ସମାଜ ସେବୀ, ପରିବେଶ ବିତ୍,ଦରଦୀ ହୃଦୟର ମଣିଷ,ଛାତ୍ରବତ୍ସଳ ଗୁରୁ ,ପ୍ରକୃତି ବନ୍ଧୁ କବି କରୁଣାକର ମଲିକ। ଯିଏ କି ଆଜନ୍ମ ଦୁଃଖ ଯନ୍ତ୍ରଣାରେ ଜର୍ଜରିତ ହୃଦୟର ମଣିଷ,ଯାହାଙ୍କୁ ଦେଖିଲେ କେହିବି କହିବେନି ତାଙ୍କ ହୃଦୟ ଭିତରେ ଏତେ କୋହ ଭରି ରହିଛି ବୋଲି।ହସ ହସ ମୁହଁରେ ସର୍ବଦା ସରଳ ସ୍ବଭାବର ମଣିଷଟିଏ ସେ । ଜୀବନକୁ ବାଜି ଲଗାଇ ଅନ୍ଯକୁ ସାହାଯ୍ୟ କରିବାର ଗୁଣ ତାଙ୍କ ପାଖରେ ଭରପୁର। ସେହି ଦରଦୀ ହୃଦୟର ହସ ହସ ମୁହଁ ବ୍ୟକ୍ତି ଆଉ କେହି ନୁହନ୍ତି, ମାଲକାନଗିରି ଜିଲ୍ଲାର ତାର୍ଲାକୋଟା ସରକାରୀ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ କରୁଣାକର ମଲିକ। ଯିଏକି ତାଙ୍କ ତ୍ୟାଗ ଓ ସେବା କାର୍ଯ୍ଯ ପାଇଁ ସ୍ବାଧୀନତା ଆଜାଦି ମହୋତ୍ସବ ପାଳନ ଅବସରରେ ଗ୍ରୀନ୍ ଇଣ୍ଡିଆ ଫାଉଣ୍ଡେସନ ପରିବାର ତରଫରୁ ପବିତ୍ର ଗାନ୍ଧୀ ଜୟନ୍ତୀରେ “ଗ୍ଳୋବାଲ୍ ଗାନ୍ଧୀ ରତ୍ନ ଆଓ୍ବାର୍ଡ-୨୦୨୨ ” ଫଳକ ଓ ମାନପତ୍ର ଦ୍ବାରା ସମ୍ମାନିତ ହୋଇଛନ୍ତି। ତାଙ୍କର ଏହି ସମ୍ମାନକୁ ମାଲକାନଗିରି ଜିଲ୍ଲାର ସାଧାରଣ ଜନତାଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦର ଫଳ ବୋଲି ଶ୍ରୀ ମଲିକ ପ୍ରକାଶ କରିଛନ୍ତି।ଏହା ପୂର୍ବରୁ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେ ପବିତ୍ର ଗୁରୁ ଦିବସ ଅବସରରେ “ଶିକ୍ଷା ରତ୍ନ -୨୦୨୨” ସମ୍ମାନରେ ସମ୍ମାନିତ ହୋଇଥିଲେ।
(ରିପୋର୍ଟର:ବରିଷ୍ଠ ସାମ୍ବାଦିକ କେଶଵ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment