ଗ୍ରାମ ଲୋକଙ୍କ ପକ୍ଷରୁ ଘୋଡାପଲାଣରେ ସାଙ୍ଗଠନିକ ବୈଠକ ଓ ବନ୍ଧୁ ମିଳନ।

ପୋଲସରା ,୨୨/୧୧(ପିପିଟି): ପୋଲସରା ବ୍ଲକ ଅନ୍ତର୍ଗତ ଘୋଡପଲାଣ ଗ୍ରାମର ଗ୍ରାମଦେବୀଙ୍କ ପୀଠରେ ଗ୍ରାମ ଲୋକଙ୍କ ପକ୍ଷରୁ ଗ୍ରାମପଞ୍ଚାୟତ ସ୍ତରୀୟ ସାଙ୍ଗଠନିକ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଗ୍ରାମଦେବତୀଙ୍କ ପୀଠରେ ପୂଜାର୍ଚ୍ଚନା ପରେ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ସ୍ବର୍ଗତ କୋଦଳା ଓ ପୋଲସରା ବିଧାୟକ ନିରଞ୍ଜନ ପ୍ରଧାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରି ଆଲୋଚନା ଆରମ୍ଭ ହୋଇଥିଲା। ଏହି ବୈଠକରେ ଦଳଗତ ନିର୍ବିଶେଷରେ ପଞ୍ଚାୟତର ସମସ୍ତ ଗ୍ରାମର ଲୋକମାନେ ସାମିଲ ହୋଇଥିଲେ।ଗ୍ରାମପଞ୍ଚାୟତର ସମସ୍ତ ଗ୍ରାମର ବିକାଶ ଓ ଏକତା କିଭଳି ଭାବେ ହୋଇପାରିବ ତାହାକୁ ନେଇ ଆଲୋଚନା ହୋଇଥିଲା । ନିରଞ୍ଜନ ପ୍ରଧାନ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ଦୀପକ ପ୍ରଧାନ କାର୍ଯ୍ୟକ୍ରମରେ ଯୋଗଦେଇ ଟ୍ରଷ୍ଟ ତରଫରୁ ଅସହାୟ ଲୋକଙ୍କ ପାଖରେ ପହଞ୍ଚି ସହାୟତା କରାଯାଉଥିବା ବିଷୟରେ ଅବଗତ କରାଇବା ସହିତ ଗ୍ରାମର ବିକାଶ ଓ ଏକତା ପାଇଁ ସଙ୍ଗଠନକୁ ଆହୁରି ମଜବୁତ କରାଇବା ଏବଂ ଅସୁବିଧା ଓ ବିଭିନ୍ନ ସମସ୍ୟା ଘେରରେ ରହିଥିବା ଲୋକଙ୍କ ପାଖରେ ପହଞ୍ଚି ସହାୟତା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।ଗ୍ରାମର ବିଭିନ୍ନ ସମସ୍ୟା ନେଇ ଆଲୋଚନା ମଧ୍ଯ କରିଥିଲେ । ଗ୍ରାମର ଯେଉଁମାନେ ଏହି ସାଙ୍ଗଠନିକ ବୈଠକରେ ଯୋଗଦେଇ ନଥିଲେ ସେମାନଙ୍କୁ ସାମିଲ ହେବାପାଇଁ ଦୀପକ ପ୍ରଧାନ ସହଯୋଗ କାମନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର ପ୍ରଶାନ୍ତ ଦାସ, ଘନଶ୍ୟାମ ଦାସ, ଚିତ୍ତରଞ୍ଜନ ପ୍ରଧାନ, ପ୍ରମୋଦ ପ୍ରଧାନ, ସରପଞ୍ଚ ଧିରେନ୍ଦ୍ର କୁମାର ସେଠୀ,ସନ୍ତୋଷ ବେହେରା,ଧୋବା ମହାଙ୍କୁଡ,ରଞ୍ଜନ କୁମାର ଦାସ, ଗୌରୀ ଦାସ,ଦେବରାଜ ଜେନା,କବିରାଜ ସାମନ୍ତରା,ରାମ ଚନ୍ଦ୍ର ଦାସ,ଯୋଗିନ୍ଦ୍ର ବରାଡ,ପାଣ୍ଡବ ଦାସ ସମେତ ପାଞ୍ଚ ଶହରୁ ଉର୍ଦ୍ଧ ଲୋକ ଯୋଗଦେଇଥିଲେ। ବନ୍ଧୁ ମିଳନ ସହିତ ଏକ ଭୋଜିର ଆହୋଜନ ହୋଇଥିଲା।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment