ଗ୍ରାମ୍ୟ କମିଟି ସଭାପତି ମହେଶ୍ବର ପୋଲାଇଙ୍କ ଦେହାନ୍ତ।

ପୋଲସରା,୨୦/୦୩ (ପିପିଟି) : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମର ଗ୍ରାମ୍ୟ କମିଟି ସଭାପତି ମହେଶ୍ବର ପୋଲାଈ ୬୫ ବର୍ଷ ବୟସରେ ନିଜ ଗ୍ରାମ ମାଣିତରାର ବାସ ଗୃହରେ ୧୯/୩/୨୬ ତାରିଖ ରାତ୍ର ପ୍ରାୟ ୧୨ ଘଣ୍ଟା ସମୟରେ ପରଲୋକ ଗମନ କରିଛନ୍ତି।

ସ୍ବର୍ଗତ ପୋଲାଈଙ୍କ ମରଶରୀର ନିକଟରେ ତାଙ୍କର ବଡ ପୁତ୍ର ବେବୁନା ପୋଲାଈ(ବାବୁ), ମଝିଆ ପୁତ୍ର କାହ୍ନୁ ଚରଣ ପୋଲାଈ(ଲାଲୁ), ସାନ ପୁତ୍ର ରାମକୃଷ୍ଣ ପୋଲାଈ ପପୁଙ୍କ ସମେତ ତିନି ବୋହୁ ଏବଂ ବଡଭାଇ ଓ ସାନ ଭାଇଙ୍କ ପୁଅ, ବୋହୁ, ଝିଅ ଓ ଜୋଇଁ ପ୍ରଭୃତିଙ୍କ ବନ୍ଧୁ ବାନ୍ଧବ ଉପସ୍ଥିତ ଥିଲେ। ତାଙ୍କର ମର ଶରୀର ଗ୍ରାମ ଶ୍ମଶାନରେ ଦାହ ପରେ ପଞ୍ଚଭୂତରେ ଲୀନ ହୋଇଥିଲା। ସ୍ବର୍ଗତ ମହେଶ୍ବର ପୋଲାଈ ମାଣିତରା ଗ୍ରାମ୍ୟ କମିଟିର ସଭାପତି ଥିବା ବେଳେ ମାଣିତରା ଗ୍ରାମରେ ୧୦୮ ପ୍ରହର ଅଖଣ୍ଡ ନାମ ଯଜ୍ଞ ଶାନ୍ତି ଶୃଙ୍ଖଳା ସହ ସମାପନ କାରାଇ ସୁନାମ ଅର୍ଜନ କରିଥିଲେ। ତାଙ୍କର ଦେହାନ୍ତରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ରିପୋର୍ଟ୍:ସନ୍ତୋଷ କୁମାର ପଣ୍ଡା

Comments (0)
Add Comment