ଗ୍ରାମ୍ଯ ଜଳ ଯୋଗାଣ ଓ ପରିମଳ ବିଭାଗର କରିତ୍‌କର୍ମା ଯନ୍ତ୍ରୀ !

ବ୍ରହ୍ମପୁର,୦୯/୧୨(ପିପିଟି); ଗଞ୍ଜାମ ଜିଲ୍ଲାର ସବୁଠାରୁ ଭ୍ରଷ୍ଟ ବିଭାଗ ହେଉଛି ଗ୍ରାମ୍ଯ ଜଳ ଯୋଗାଣ ଓ ପରିମଳ ବିଭାଗ । ଏହି ବିଭାଗରେ ଅନେକ କୋଟିପତି ଯନ୍ତ୍ରୀ ଠାରୁ ଆରମ୍ଭ କରି ଚତୁର୍ଥ ଶ୍ରେଣୀ କର୍ମଚାରୀ ପର୍ଯ୍ୟନ୍ତ ରହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ ମଧ୍ୟରେ ଗ୍ରାମ୍ଯ ଜଳ ଯୋଗାଣ ଓ ପରିମଳ ବିଭାଗ ଦୁର୍ନୀତି ର କାୟା ଲମ୍ବିଛି । ଏହି ଦୁର୍ନୀତି ଯନ୍ତ୍ରୀ ଠାରୁ ଆରମ୍ଭ କରି ମନ୍ତ୍ରୀ ଭାୟା ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରହିଥିବା ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ଶୁଣିବାକୁ ମିଳୁଛି । ୨୦୦୮ ନିର୍ବାହୀଯନ୍ତ୍ରୀ ସୀତାରାମ ପଣ୍ଡାଙ୍କ ସମୟରୁ ଆଜି ପର୍ଯ୍ୟନ୍ତ ଦୁର୍ନୀତିକୁ ସରଳୀକରଣ ପାଇଁ ଉଦ୍ୟମ ଜାରି ରହିଛି । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଛତ୍ରଛାୟା ତଳେ ଅନେକ ଯନ୍ତ୍ରୀଙ୍କ ଅନୈତିକ ସାମ୍ରାଜ୍ୟ ବୃଦ୍ଧି ପାଇଛି ତଥାପି ଭିଜିଲାନ୍ସ ହାତ ମାରି ନାହଁ । ଆଉ ଜଣେ କରିତ୍‌କର୍ମା ଯନ୍ତ୍ରୀ ହେଲେ ରଙ୍ଗେଇଲୁଣ୍ଡା ଜେଇ-୨ ସମୀର କୁମାର ପଟ୍ଟନାୟକ । କନିଷ୍ଠ ଯନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ନିର୍ବାହୀ ଯନ୍ତ୍ରୀଙ୍କ ଆହେତୁକ ଅନୁକମ୍ପା କାହା ସ୍ବାର୍ଥରେ ? ଗୋପାଳପୁର ବିଧାୟକଙ୍କ ପ୍ରଭାବରେ କନିଷ୍ଠ ଯନ୍ତ୍ରୀ ସମୀର କୁମାର ପଟ୍ଟନାୟକଙ୍କୁ ଏକାଧିକ ଦାୟିତ୍ୱରେ ଡିଭିଜରେ ରଖାଯାଇଛି । କନିଷ୍ଠ ଯନ୍ତ୍ରୀ ଶ୍ରୀ ପଟ୍ଟନାୟକ ରଙ୍ଗେଇଲୁଣ୍ଡା -୧,ଦିଗପହଣ୍ଡି -୨,ବ୍ରହ୍ମପୁର ଷ୍ଟୋର ଏବଂ ମୁଖ୍ଯାଳୟ ଦାୟିତ୍ୱରେ ଥିବା ନେଇ ଶୁଣାଯାଉଛି । କନିଷ୍ଠ ଯନ୍ତ୍ରୀ ସମୀର କୁମାର ପଟ୍ଟନାୟକ ନେଇ ଆଣି ଥୋଇ ପାରିବା ବିଦ୍ଯା ଭଲ ଜଣା । ଗୋପାଳପୁର ବିଧାୟକଙ୍କ ଅନୈତିକ ସାମ୍ରାଜ୍ୟ ସହିତ କନିଷ୍ଠ ଯନ୍ତ୍ରୀଙ୍କ କ’ଣ ସମ୍ପର୍କ ତାର ଭିଜିଲାନ୍ସ ତଦନ୍ତ ପରିସର ଭୁକ୍ତ କରିବା ପାଇଁ ସାଧାରଣରେ ମତ ପ୍ରକାଶ ପାଉଛି ।ଆଗାମୀ ଦିନରେ ଅନେକ ତଥ୍ୟ ପ୍ରକାଶ ପାଇବ ।

Comments (0)
Add Comment