ଗ୍ରାମାଞ୍ଚଳରେ ଜନ ସଚେତନ କରୁଛନ୍ତି ସମାଜସେବୀ ପି.ସୀମାଞ୍ଚଳ ।

ଭଞ୍ଜନଗର,୧୦/୦୫(ପିପିଟି);କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସରକାରଙ୍କ ତରଫରୁ ଲୋକଙ୍କୁ ବିଭିନ୍ନ ପ୍ରକାର ସଚେତନ କରାଯାଉଛି। ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଲକ ଡାଉନ ଓ କୋଭିଡ଼ ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଉଛି।ହେଲେ ବହୁ ଅମାନିଆ ଏହାକୁ ଖାମ ଖିଆଲି ଭାବରେ ନେଉଛନ୍ତି। ଯାହା ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ବିଳମ୍ବ ହେଉଛି। ବିଶେଷ କରି ଗ୍ରାମାଞ୍ଚଳରେ ସବୁ ପୂର୍ବ ପରି ରହିଛି ।ଏଭଳି ସମୟରେ ଭଞ୍ଜନଗର ବ୍ଲକ କୁଲାଡ଼ ଠାରେ ଥିବା ଗିରିଧାରୀ ରାଇସ ମିଲ ମାଲିକ ତଥା ଗଞ୍ଜାମ ଜିଲ୍ଲା ହ୍ୟୁମାନ ରାଇଟସ ଅର୍ଗନାଇଜେସନ ର ସଂଯୋଜକ ଥିବା ପି. ସୀମାଞ୍ଚଳ ପାତ୍ର ଆଗେଇ ଆସିଛନ୍ତି। ସେ କିଛି ସହଯୋଗୀଙ୍କ ସହ ମିଶି ଗାଁ କୁ ଗାଁ ବୁଲି ଲୋକଙ୍କୁ ସତର୍କତା ଅବଲମ୍ବନ ପାଇଁ ପରାମର୍ଶ ଦେଇଛନ୍ତି। କୁଲାଡ଼,କୋଟି ବିରାଡ଼ି,କୃଷ୍ଣ ପଲ୍ଲି, ଗଜା ପଦର, ଧନଞ୍ଜୟ ପୁର ଆଦି ଗ୍ରାମରେ ପ୍ରାୟ ୪ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ମାସ୍କ,ସାବୁନ ଓ ସାନିଟାଇଜର ବଣ୍ଟନ କରି ଉଦାହରଣ ସୃଷ୍ଟି କରିଛନ୍ତି।ଏହି ଜନ କଲ୍ୟାଣ କାର୍ଯ୍ୟରେ ତାଙ୍କ ସହିତ ଚନ୍ଦନ ସାହୁ, ସୂର୍ଯ୍ୟ ପାଢ଼ୀ,ଓମ ପ୍ରକାଶ ପାଢ଼ୀ,ରବି ନାରାୟଣ ସାହୁ,ଗିରିଶ ରଥ, ଖଦାଳ ବେହେରା ଓ ଅନ୍ୟମାନେ ସହଯୋଗ କରିଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment