ଗ୍ରାମରେ ଅଲୋକି କରଣର ମହା ଦୁର୍ନୀତି, ଅଠ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହଜମ, ଶାନ୍ତିରେ ବିଭାଗୀୟ ଅଧିକାରୀ ।

ଦିଗପହଣ୍ଡି,୧୭/୧୧(ପିପିଟି); ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭିଷ୍ମଗିରି ଗ୍ରାମରେ ଅଲୋକି କରଣ ପାଇଁ ଗତ ତିନି ବର୍ଷ ତଳେ ୧୫/୦୪/୨୦୧୭ ତାରିଖରେ ୬୧,୫୦୧ ଟଙ୍କା ଆସିଥିଲା । ୧୫/୦୫/୨୦୧୭ ତାରିଖରେ ପୁଣି ୨,୩୯,୪୯୮ ଟଙ୍କା ଗ୍ରାମରେ ଅଲୋକି କରଣ ପାଇଁ ପଇସା ଆସିଲା ଗ୍ରାମରେ ଲାଇଟ ମଧ୍ୟ ଲାଗିଲା । ଏମିତିରେ ଏକ ବର୍ଷ ପୁରିଗଲା ପୁଣି ୦୭/୦୩/୨୦୧୮ ତାରିଖରେ ୪୯,୮୮୦ ଟଙ୍କା ଆସିଲା ଲାଇଟ ପାଇଁ । ଏକ ମାସ ନ ପୁରୁଣୁ ୦୩/୦୪/୨୦୧୮ ତାରିଖରେ ୨,୯୯,୯୮୧ ଟଙ୍କା ଅଲୋକି କରଣ ପାଇଁ ଆସିଲା । ପୁଣି ଏମିତିରେ ବର୍ଷେ ବିତିଗଲା ପରେ ଆଉ ଥରେ ୩୦/୦୩/୨୦୧୯ ତାରିଖରେ ୨,୩୫,୪୬୨ ଟଙ୍କା ଷ୍ଟିଟ ଲାଇଟ ଲଗେଇବା ପାଇଁ ପଇସା ଆସିଲା । ଗ୍ରାମରେ ୧୫୦ ରୁ ୧୬୦ ଗୋଟି ପୋଲ ଖମ୍ବ ଅଛି ହେଲେ ଏଠି ପ୍ରଶ୍ନ ଉଠୁଛି ଗତ ତିନି ବର୍ଷରେ ୮,୮୬,୩୨୨ ଟଙ୍କା କେମିତି ଖର୍ଚ୍ଚ ହେଲା । କିଛି ସାହିରେ ଏବେ ମଧ୍ୟ ଲାଇଟର ବ୍ୟବସ୍ତା ନାହିଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୪୦ ରୁ ୫୦ ପୋଲରେ ଲାଇଟ ମଧ୍ୟ ଲାଗିନୀ ଏ ପର୍ଯ୍ୟନ୍ତ । ଗୋଟିଏ ଲାଇଟ ର ମୂଲ୍ୟ ବଜାରରେ ୧୫୦୦ ରୁ ୨୦୦୦ ଟଙ୍କା ଥିବା ବେଳେ ଏତେ ପଇସା କେମିତି ଖର୍ଚ୍ଚ ହେଲା ତାହା ଏବେ ଗ୍ରାମ ବାସି ଦ୍ଵନ୍ଦରେ । ଅଜି ଗ୍ରାମର କୃଷ୍ଣଚନ୍ଦ୍ର ବେହେରା,ବଳରାମ ପାତ୍ର, ହରିହର ପାତ୍ର, ସହଦେବ ସେଠି,ଉଦୟ ସେଠି,ମିଟୁ ସେଠି,ଜୁରିଆ ମହାନ୍ତି,ଶଙ୍କର ମହାନ୍ତି ପ୍ରମୁଖ ଏକ ଲିଖିତ ଅଭିଯୋଗ ଡାକ ମାଧ୍ୟମରେ ଦିଗପହଣ୍ଡି ବିଡ଼ିଓଙ୍କ ନିକଟକୁ ପଠାଇଛନ୍ତି । ଗ୍ରାମବାସୀ ଅନୁରୋଧ କରିଛନ୍ତି ଯେ ଷ୍ଟ୍ରିଟ୍ ଲାଇଟ୍ କେତେ ଆସିଥିଲା ଏବଂ କେଉଁଠି ଲାଗିଲା ଏତେ ଟଙ୍କା କେମିତି ଖର୍ଚ୍ଚ ହେଲା ଏହାର ସମ୍ପୂର୍ଣ ତଦନ୍ତ କରି ଗ୍ରାମ ବାସୀଙ୍କୁ ନ୍ୟାୟ ପ୍ରଦାନ କରିବା ସହ ଦୁର୍ନୀତିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି । ଏବେ ଦେଖିବାକୁ ବାକି ରହିଲା ସ୍ଥାନୀୟ ପ୍ରଶାସନ ଏହାର ତଦନ୍ତ କେବେ କରୁଛନ୍ତି ଏବଂ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।

(ରିପୋର୍ଟ- ଆରତ କୁମାର ହୋତା। )

Comments (0)
Add Comment