ଆସିକା,୨୪/୧୧(ପିପିଟି):ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ରନ୍ଧନ ଗ୍ୟାସର ଦିନକୁ ଦିନ ହେଉଥିବା ଅହେତୁକ ଦର ବୃଦ୍ଧି ଓ ଏବଂ ଉଜ୍ବଲା ଯୋଜନାର ବିଫଳତାକୁ ନେଇ ଆଜି ଆସିକା ବ୍ଲକ, କବିସୂର୍ଯ୍ୟ ନଗର ବ୍ଲକ ଓ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଠାରେ ଆସିକା ବିଧାୟିକା ମଞ୍ଜୁଳା ସ୍ଵାଇଁଙ୍କ ନେତୃତ୍ୱରେ ଆସିକା ବିଜୁ ଜନତା ଦଳର,ଗଣ ଧାରଣା,ବିକ୍ଷୋଭ ପଦର୍ଶନ ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା, କେନ୍ଦ୍ର ସରକାର ଦରଦାମକୁ ନିୟନ୍ତ୍ରଣ କରିବା ପାଇଁ ଦେଶର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଆସିକା ଗୋଷ୍ଠୀ ଉନ୍ନୟନ ଅଧିକାରୀ, କବିସୂର୍ଯ୍ୟ ନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି।