ଗ୍ଯାସ, ତୈଳ ଓ ନିତ୍ଯବ୍ଯବହାର୍ଯ୍ଯ ଜିନିଷର ଦର ବୃଦ୍ଧି ବିରୋଧ ବିଜେଡିର ତହସିଲ କାର୍ଯାଳୟ ସମ୍ମୁଖରେ ବିକ୍ଷୋଭ ।

ନରସିଂହପୁର,୦୧/୧୧: ନରସିଂହପୁର ଠାରେ ଜାଳେଣି ଗ୍ୟାସ ଠାରୁ ନେଇ ନିତ୍ୟବ୍ୟବହାର୍ଯ୍ୟ ଜିନିଷପତ୍ର, ଡାଲି, ଖାଇବା ତେଲ ଯାଏଁ ଯେଭଳି ଦରଵୃଦ୍ଧି ଘଟି ଚାଲିଛି ତା ବିରୁଦ୍ଧରେ ମହିଳା ବିଜୁଜନତା ଦଳ ପକ୍ଷରୁ ଏକ ବିଶାଳ ଧାରଣା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଜଗନ୍ନାଥ ମନ୍ଦିର ପାଖରୁ ବିଭିନ୍ନ ଧ୍ୱନି ସହ ନରସିଂହପୁରର ବିଭିନ୍ନ ଅଞ୍ଚଳରୁ ଆସିଥିବା ମହିଳା ମାନଙ୍କର ଏକ ବିକ୍ଷୋଭ ତହସିଲ- କଚେରୀ ସଂଲଗ୍ନ ପରିସରକୁ ଯାଇ ପହଞ୍ଚିବା ପରେ ଏକ ସଭାରେ ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦମିଶ୍ର, ବିଜୁ ମହିଳା ଦଳ କଟକ ଜୋନ ସଭାନେତ୍ରୀ ସୁଭଦ୍ରା ଦାଶ, ବ୍ଲକ ଅଧ୍ୟକ୍ଷ କିଶୋର ମିଶ୍ର, ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ନିର୍ମଳ ଜେନା, ବିଜେଡି ସଭାପତି କୃପାସିନ୍ଧୁ ଦାସ, ଉପାଧ୍ୟକ୍ଷା ସୁନିତା ସ୍ୱାଇଁ, ରାଜ୍ୟ ସମ୍ପାଦିକା ଡଲି ସାହୁ, ବଡମ୍ବାର ବ୍ଲକ ଅଧ୍ୟକ୍ଷା ଅନୁସୂୟା ନାୟକ ପ୍ରମୁଖ ଉଦବୋଧନ ଦେଇଥିଲେ। ନରସିଂହପୁର ମହିଳା ବିଜୁଜନତା ଦଳ ନେତ୍ରୀ ଶାନ୍ତି ସେଠୀ, ଗୋଲାପ ପାତ୍ର, ବିନ୍ଦୁ ପଟ୍ଟନାୟକ,ପ୍ରମିଳା ରାଉତ, ମୀନାମଣି ବେହେରା, ରତ୍ନପ୍ରଭା ପଣ୍ଡା, ଧରିତ୍ରୀ ସାହୁ, ପ୍ରମୋଦିନୀ ପ୍ରଧାନ, ସୁଚିତ୍ରା ସାହୁ, ବଡମ୍ବାର ସସ୍ମିତା ସ୍ୱାଇଁ, ପ୍ରଣତି ନାୟକ ପ୍ରମୁଖ ଉପସ୍ଥିତ ଥିଲେ ଓ ବକ୍ତବ୍ୟ ରଖିଥିଲେ। କେନ୍ଦ୍ରର ଭ୍ରାନ୍ତନୀତି ଯୋଗୁଁ ଜନବିରୋଧୀ ନିଷ୍ପତ୍ତି ଯୋଗୁ ଦରଦାମ ଆକାଶଛୁଆଁ ହୋଇଥିବା ଓ ଏହାକୁ କମେଇବା ପାଇଁ ଉଦାସୀନତା ଦର୍ଶାଇ ଭାରତର ରାଷ୍ଟ୍ରପତିଙ୍କୁ ହସ୍ତକ୍ଷେପ ପାଇଁ ଅନୁରୋଧ କରି ଏକ ଦାବୀ ସ୍ମାରକପତ୍ର ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ଏକ ମହିଳା ବିଜୁ ଜନତା ଦଳର ପ୍ରତିନିଧି ମଣ୍ଡଳୀ ଯାଇ ପ୍ରଦାନ କରିଥିଲେ। ଏଥିରେ ସାରଣୀରେ ଭାରତ ସରକାର ପାର୍ଲିଆମେଣ୍ଟ ଦେଇଥିବା ତଥ୍ୟ ଅନୁଯାୟୀ ଗ୍ୟାସ, ଡାଲି, ଖାଇବା ତେଲ କିଭଳି ବଢ଼ିଛି ଓ ନିତିଦିନ ବଢ଼ିଚାଲିଛି ଦର୍ଶାଇଥିବା ପ୍ରକାଶ।

Comments (0)
Add Comment