ଗୌରାଦେଇପୁର ରେ ୨୪ ପ୍ରହର ନାମଯଜ୍ଞ ଉଦଯାପିତ ।

କୋଦଳା,୧୧/୦୨(ପିପିଟି):ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ରେ କୋଦଳା ଏନଏସି ୱାର୍ଡ ନଂ ୧୩ ଗୌରାଦେଇପୁର ଗ୍ରାମରେ ୨୪ ପ୍ରହର ନାମଯଜ୍ଞ ଶନିବାର ଠାରୁ ଆରମ୍ଭ ହୋଇ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଗ୍ରାମବାସୀଙ୍କ ଦ୍ୱାରା ନାମ ମଣ୍ଡପ ସୁନ୍ଦର ସାଜସଜ୍ଜା ହୋଇଥିବା ବେଳେ ଶନିବାର ଠାରୁ ପାରାଦ୍ୱୀପ ମହିଳା ନାମ ମଣ୍ଡଳୀ ସହିତ ଇନାମ ବେଲପଡା, କୋଦଳା ଓ ସମା ଗ୍ରାମର ମହିଳା ନାମ ମଣ୍ଡଳୀ ପ୍ରତ୍ୟେକ ଦିନ ପ୍ରହର ଅନୁଯାଇ ନାମ ପରିବେଷଣ କରିଥିଲେ । ସନ୍ଧ୍ୟାରେ ବହୁ ଶ୍ରଦ୍ଧାଳୁଙ୍କ ସମାଗାମ ହେଉଥିବା ବେଳେ ଗ୍ରାମରେ ଅଧ୍ୟାତ୍ମିକ ପରିବେଶ ଶୃଷ୍ଟି ହେଉଥିଲା । ମଙ୍ଗଳବାର ଗ୍ରାମର ବହୁ ମହିଳା ଓ ପୁରୁଷ ଶେଷ ପ୍ରହର ନାମ କୀର୍ତ୍ତନ କରି କାର୍ଯ୍ୟକ୍ରମ ଶେଷ କରିଥିବା ବେଳେ ଗ୍ରାମବାସୀଙ୍କ ଦ୍ୱାରା ନଗର କୀର୍ତ୍ତନ କରାଯାଇ ଅପରାହ୍ନରେ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ।)

Comments (0)
Add Comment