ସୁବର୍ଣ୍ଣପୁର ,୨୪/୦୪(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ଗ୍ରାମପଞ୍ଚାୟତ ର ଗୌଡ଼ଗାଡ଼ ଗ୍ରାମରେ ଆଜି ପବିତ୍ର ବୈଶାଖ ମାସ ପ୍ରତିପତା ଉପଲକ୍ଷେ ଜଳାସୟୀ ଅନିଷ୍ଠିତ ହୋଇଯାଇଛି ।ପ୍ରଥମେ ମନ୍ଦିର ର ରୁ ବାହାରି ସମସ୍ତେ ହରିହର ଜୋର ଠେଙ୍ଗୋ ଡେମ ରୁ ପବିତ୍ର ଜଳ ଆଣି ସ୍ଵପ୍ନେଶ୍ଵର ବାବା ଙ୍କୁ ଜଳାଅଭିଷେକ କରିଥିଲେ । ଏହି ଉପଲକ୍ଷେ ଦଣ୍ଡୁଆ ବ୍ରତଧାରୀ ମାନେ ଆଗାମୀ ୧୩ ବର୍ଷ ପାଇଁ ବାବା ଙ୍କ ଠାରେ ଜଳସାଇ କରିବାପାଇଁ ସଂକଳ୍ପ ନେଇଛନ୍ତି ଏବଂ ପ୍ରତିବର୍ଷ ବୈଶାଖ ମାସରେ ଜଳସାଇ କରିବା ପାଇଁ ମାନସିକ ରଖିଛନ୍ତି। ଆଜି ପ୍ରଥମ ଥର ପାଇଁ ଦଣ୍ଡୁଆ ମାନେ ବାବା ଙ୍କୁ ଜଳାଭିଷେକ କରିଛନ୍ତି ।ପରେ ଜଳସାଇ ସମପନା କରାଯାଇଥିଲା।ଏହି ଜଳସାଇ ରେ ଗୌଡ଼ଗାଡ଼ ଗ୍ରାମ ର ଶତାଧିକ ମହିଳା ଏବଂ ପୁରୁଷ ଯୋଗଦାନ କରିଥିବା ବେଳେ ଝଗୁଡୁ ଥନାପତି ମୁଖ୍ୟ ପୂଜକ, ପାତାଳିଶରୀକ୍ଷେତ୍ର ର ମୁଖ୍ୟ ପୂଜକ ଦେବାର୍ଚନ ଦାଶ, ବହଲପଦର ସରପଞ୍ଚ ନିରୁପମା ସେଠି, ବହଲପଦର ସମିତି ସଭ୍ୟ ଶୁଂଗନ୍ଧା ଘିବିଲା ପ୍ରମୁଖ ଯୋଗ ଦେଇଥିଲେ ।
ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ