ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାଫେ ଉଦଘାଟିତ।

ପୋଲସରା,୨୩/୦୮ (ପିପିଟି): ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ ହୋଇଛି। ରବିବାର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାଫେର ଶୁଭାରମ୍ଭ କରିଥିଲେ।ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀ ଓ ସମ୍ପର୍କୀୟଙ୍କ ପାଇଁ ଏଠାରେ ମାଣ୍ଡିଆରେ ପ୍ରସ୍ତୁତ ସ୍ୱାସ୍ଥ୍ୟକର ଖାଦ୍ୟ ସହ କ୍ଷୀର, ଗରମ ପାଣି, ବିଶୁଦ୍ଧ ପାନୀୟ ଜଳ, ଚାହା, ବିସ୍କୁଟ, ଜଳଖିଆ ଓ ମିନି ମିଲ୍ସ ଉପଲବ୍ଧ ହେବ। ଏହାଦ୍ୱାରା ରୋଗୀ ଓ ସମ୍ପର୍କୀୟଙ୍କୁ ଖାଦ୍ୟପାନୀୟ ପାଇଁ ବାହାରକୁ ଯିବାର ଆବଶ୍ୟକତା କମିବ।ସୁଭଦ୍ରା ଶକ୍ତିର ମା’ମାନଙ୍କ ମାଧ୍ୟମରେ କାଫେ ପରିଚାଳନା କରାଯାଇ ସେମାନଙ୍କୁ ରୋଜଗାର ଓ ଆତ୍ମନିର୍ଭରତାର ସୁଯୋଗ ଦେବା ସରକାରଙ୍କ ଲକ୍ଷ୍ୟ ବୋଲି ମନ୍ତ୍ରୀ ଶ୍ରୀ ମଳିକ କହିଥିଲେ।କାର୍ଯ୍ୟକ୍ରମରେ ବିଭିନ୍ନ ସୁଭଦ୍ରା ଶକ୍ତିର ମା’ମାନଙ୍କ ସମେତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଇନ୍‌ଚାର୍ଜ ଡା. ନାରାୟଣ ସ୍ୱାଇଁ, ସମାଜସେବୀ ତଥା ଯୁବନେତା ପ୍ରଭାକର ପଣ୍ଡା ଓ ଦୀପକ କୁମାର ପ୍ରଧାନ, ସୁରେନ୍ଦ୍ର କରଣ, ରାମକୃଷ୍ଣ ପ୍ରଧାନ, ଦୀପକ ପୋଲାଈ, ପ୍ରଶାନ୍ତ ପ୍ରଧାନ କୃଷ୍ଣ ଚନ୍ଦ୍ର ଜେନା,ମୋତିରାମ ସାହୁ, ଯଜ୍ଞ ନାରାୟଣ ସାହୁ ସମେତ ବିଭିନ୍ନ ଗୋଷ୍ଠୀର ମହିଳା ପ୍ରମୁଖ ଉପସ୍ଥିତ ଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment